କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ତରଫରୁ ୨o୨୧ ମସିହାରେ ଜାତିଭିତ୍ତିକ ଜନଗଣନା ଦାବି କରି ଭାରତର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡା ଅତିତିକ୍ତ ଜିଲ୍ଲାପାଳଶ୍ରୀଯୁକ୍ତ ବସନ୍ତ ରାଉତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଦୀର୍ଘ ବର୍ଷ ଧରି ଜାତିଭିତ୍ତିକ ଜନଗଣନା କରାଯାଇ ନ ଥିବାରୁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଉନ୍ନତି ହୋଇପାରୁନାହିଁ ବୋଲି ଜିଲ୍ଲା ଯାଦବ ମହାସଭା ସଭାପତି କୁଳମଣି ଦାସ ପ୍ରକାଶ କରିଛନ୍ତି l କେନ୍ଦ୍ରସରକାର ୨o ୧୮ ମସିହାରେ ତତ୍କାଳୀନ ଗୃହମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ ଯେ ୨o ୨୧ ମସିହାରେ ଜାତିଭିତ୍ତିକ ଜନଗଣନା କରାଯିବ ହେଲେ ତାହା ହେଲା ନାହିଁ l ତେଣୁ ତୁରନ୍ତ ଜାତିଭିତ୍ତିକ ଜନଗଣନା କରିବାକୁ ମହାସଭା ଦାବି କରିଛି l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଜୟ ଦାସ, ଚିନ୍ମୟୀ ଦାସ, ଦୀପକ ବେହେରାଯାଦବ, ଧିରେନ ଦାସ, ଅଲ୍ୟୁଳ କୁମାର ଦାସ, ଅଜୟ କୁମାର ଦାସ, ବ୍ରହ୍ମାନନ୍ଦ ମହାକୁଡୁ, ମନୋଜ ପରିଡା, ନାରାୟଣ ଦାସ, ପ୍ରଦୀପ ମହାପାତ୍ର, ବୀରେନ୍ଦ୍ର ଦାସ, ଅନିଲ ଦାସ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ କରିଥିଲେ l କେନ୍ଦ୍ରାପଡ଼ା ରୁ ଜିଲ୍ଲାପ୍ରତିନିଧି ବଳରାମ ବେହେରା ଙ୍କ ରିପୋଟ ସଂଘର୍ଷ ନିୟୁଜ ।