ଜଗା ଦର୍ଶନ ହେଲା ଶେଷ ଦର୍ଶନ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀଗୁଣ୍ଡିଚା ମନ୍ଦିରରେ ଘଟିଲା ଅଘଟଣ । ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ହୋଇଛି ମୃତ୍ୟୁ । ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କରିଲେ ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ। ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରିବା ପରେ ଭକ୍ତ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର। ତେବେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ। ଏଥି ସହିତ ସଂଧ୍ୟା ଦର୍ଶନ ଦିବସ। ଏଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ଶ୍ରୀକ୍ଷେତ୍ର କୁ ଲକ୍ଷାଧିକ ଭକ୍ତ ଆଗମନ ହୋଇଥିଲା। ତେବେ ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଏ ନେଇ ଅନେକ ପ୍ରସ୍ତୁତି ଓ ନୀତି ରହିଚି। ଏଥିପାଇଁ ଆଜି ଅପରାହ୍ନ 5 ଟା ଯାଏ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More