ଜାଗା ଦର୍ଶନ କଲେ ଝାଡଖଣ୍ଡର ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଝାଡଖଣ୍ଡର ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି। ଗତକାଲି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ। ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଡଦାଣ୍ଡରେ ପହଞ୍ଚିବା ପରେ ପୁରୀ ଏସପି କେ ବିଶାଲ ସିଂ ତାଙ୍କୁ ସ୍ଵାଗତ କରିଥଲେ। ପରେ ସେବାୟତ ମାନେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିରକୁ ପ୍ରଵେଶ କରିଥିଲେ। ପ୍ରଥମେ ପ୍ରଭୂ ପତିତପାବନଙ୍କୁ ପ୍ରଣାମ କରୀ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ। ପରେ ଶ୍ରୀ ମନ୍ଦିର ବେଢ଼ାରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ। ପରେ ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥଲେ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେ କହିଥିଲେ ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ ନ କରିବା ସମ୍ଭବ ନୁହେଁ। ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ। ଗତକାଲି ଭୁବନେଶ୍ୱରରେ ଥିବା କିସ୍ ସ୍କୁଲ୍ ଏକ କାର୍ଯକ୍ରମ ପାଇଁ ଯାଇ ଥିଲେ। ସେଠାରେ କିଭଳି ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢା, ରହିବା, ଖଦ୍ୟ ପେୟ ବ୍ୟବସ୍ଥା କରାଯାଇଛି ତାକୁ ଅନୁଧ୍ୟାନ କରିଥିଲେ। ଏହାକୁ ସେ ତାଙ୍କ ରାଜ୍ୟରେ ଲାଗୁ କରିବେ ବୋଲି ହେମନ୍ତ କହିଥିଲେ। ସେହିପରି ତାଙ୍କ ସରକାର ସବୁବେଳେ ଝାଡଖଣ୍ଡବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛୁ ଏବଂ ଲୋକଙ୍କ କଲ୍ୟାଣ ପାଇଁ ସାର୍ବ ଜନିକ ପେନସନ ବ୍ୟବସ୍ଥା, ସ୍ଵାସ୍ଥ୍ୟ ସେବା ପାଇଁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଅନେକ ପଦକ୍ଷେପ ନିଆଯାଇଛି। ସେହିପରି ନକ୍ସଲ ସମସ୍ୟା ଉପରେ ମଧ୍ଯ ସୋରେନ ପ୍ରତିକ୍ରିୟା ରଖିଥିଲେ। ଦୀପ ଲିଭିବା ବେଳକୁ ଯେଭଳି ଜୋରରେ ଅଗ୍ନି ଜଳେ ସେହିପରି ନକ୍ସଲଙ୍କ ଅବସ୍ଥା ଥିବା ସେ କହିଥିଲେ। ନକ୍ସଲ ଏବେ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ଓଡ଼ିଶା, ଝାଡଖଣ୍ଡ, ଚତିସଗଡ ମିଳିତ ଭାବେ ଏକାଠି ହୋଇ ନକ୍ସଲ ଉପରେ ଲଢେଇ କଲେ ଖୁବ ଶିଘ୍ର ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More