ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶାରୀରିକ ଶିକ୍ଷା ନିରୀକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

15

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜ଼ିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଦୁର୍ଯୋଧନ ରାଉତଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ରାଉତଙ୍କୁ ମାନପତ୍ର ଉପଢୌକନ ଫୁଲ ତୋଡ଼ା ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଶ୍ରୀ ରାଉତ ଦୀର୍ଘ ୧୧ ବର୍ଷ ଧରି ଜ଼ିଲ୍ଲାରେ ଖୁବ ନିଷ୍ଠା ଓ ସଫଳତା ର ସହିତ କାର୍ଯ୍ୟ କରିଥିବାରୁ ଏବଂ କ୍ରୀଡା କ୍ଷେତ୍ରରେ ରାଜ୍ୟ ତଥା ଜାତୀୟ ସ୍ତର ରେ ଶହ ଶହ କ୍ରୀଡ଼ାବିତ ଙ୍କୁ ଭାଗ ନେବାରେ ସଫଳ କରାଇବାରେ କଠିନ ପରିଶ୍ରମ ଉଦ୍ୟମ କରି ସଫଳ କରାଇ ଜ଼ିଲ୍ଲା ର ଗୌରବ ବଢ଼ାଇଥିବାରୁ ସଭାର ଅତିଥି ଶ୍ରୀ ଭୋଇ ଓ ସମସ୍ତ ଅଧିକାରୀ କର୍ମଚାରୀ ଶିକ୍ଷକ ଶ୍ରୀ ରାଉତଙ୍କୁ ଖୁବ ପ୍ରଶଂସା କରିଥିଲେ l ଏବଂ ଦୀର୍ଘ ଓ ସୁଖ ମୟ ଜୀବନ ଯାପନ ପାଇଁ ମଙ୍ଗଳ କାମନା କରିଥିଲେ l ଠିକ ସେହିପରି ତରଭା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ତରଭା ଠାରେ, ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସ୍କୁଲ ଫୁଟବଲ କ୍ରୀଡା ଉତ୍ସବ ରେ ଓ ଇନଫିନିଟି ସ୍ପୋର୍ଟ୍ସ କ୍ଲବ ସୁବର୍ଣ୍ଣପୁର ପକ୍ଷରୁ ସୋନପୁର ଠାରେ ଏକ ସ୍ୱତନ୍ତ୍ର ସଭାରେ ଶ୍ରୀ ରାଉତ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଜଣେ ସୁ ସଂଗଠକ, ସଫଳ କ୍ରୀଡାବିତ, କଳାକାର, ନାଟ୍ୟକାର ଭାବେ ଉଚ୍ଚ ପ୍ରଶଂସା କରାଯାଇଥିଲା। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More