ଜ଼ିଲ୍ଲା ରଜକ ସମାଜର ବୈଠକ ଅନୁଷ୍ଠିତ

20

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁର ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ ସୋନପୁର ଜିଲ୍ଲା ରଜକ ସମାଜର ଏକ ବୈଠକ ଜିଲ୍ଲା ସଭାପତି ରତ୍ନାକର ସେଠଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଯାଇଛି l ଅଞ୍ଚଳର ବରିଷ୍ଟ ବ୍ୟକ୍ତି ଭାଗରଥୀ ସେଠ ଓ ଗରିବ ସେଠ ବୈଠକ ର ଉଦ୍ଧେଶ୍ୟ ସହ ଯୋଗ ଦାନ କରିଥିବା ସମସ୍ତ ସମାଜଭାଇ ମାନଙ୍କୁ ସ୍ୱାଗତ କରିଥିଲେ । ବର୍ଷୀୟାନ ଦୁଃଖିଶ୍ୟାମ ସେଠ ରଜକ ସମାଜର ବୈଠକକୁ ପ୍ରଶଂସା କରିବା ସହ ଉନ୍ନତିପାଇଁ ପରାମର୍ଶ ଦେଇଥିଲେ । ରଜକ ସମାଜ ଭାଇ ମାନଙ୍କର ଅଞ୍ଚଳ ସମସ୍ୟା ସମାଧାନ, ଶିକ୍ଷିତ ହେବା, ସଂଗଠିତ ହେବା ଓ ନିଶା ନିବାରଣ କରିବା ମୂଳ ଉଦେଶ୍ୟ ରହିଛି ବୋଲି ଜିଲ୍ଲା ସଭାପତି ରତ୍ନାକର ସେଠ ମତ ପ୍ରକାଶ କରିଥିଲେ। ଏହାକୁ ସମର୍ଥନ ଜଣାଇ ଡୁଙ୍ଗୁରିପାଲି ଆଞ୍ଚଳିକ କମିଟି ରଜକ ସମାଜ ସଭାପତି ଆଲ୍ଲା ସେଠ ଏକ ନୂତନ ଆଞ୍ଚଳିକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଭାପତିଙ୍କ ତତ୍ତ୍ୱବୋଧନ ରେ ଆଞ୍ଚଳିକ ରଜକ ସମାଜ ବୁରୋମୁଣ୍ଡା କମିଟିଗଠନ କରାଯାଇଥିଲା । ସନାତନ ସେଠ ଓ ଫକୀର ସେଠ ଙ୍କ ପ୍ରସ୍ତାବ, ସମର୍ଥନରେ ଭଗରଥୀ ସେଠଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିଲା l ଉପସଭାପତି ଗରିବ ସେଠି, ସମ୍ପାଦକ ଶ୍ସମ୍ଭୁ ପ୍ରସାଦ ସେଠି, ସହ ସମ୍ପାଦକ ଫକୀର ସେଠି, କୋଷାଧକ୍ଷ ସତ୍ୟ ନାରାୟଣ ସେଠି ଓ ପବିତ୍ର ସେଠ ଙ୍କୁ ଗ୍ରନ୍ଥାଗାର ଭାବରେ ସର୍ବ ସହମତି ରେ ମନୋନୀତ କରାଯାଇଥିଲା l ପରିଚାଳନା କମିଟି ସଭ୍ୟ ଭାବରେ ବଳ ଭଦ୍ର ସେଠି, ଜନ୍ମ ସେଠି, ସନ୍ତୋଷ ସେଠ, କ୍ଷୀର କାଞ୍ଚନ ସେଠ , ଉଦୟ ସେଠ, ହନୁ ସେଠ, ଶାନ୍ତନୁ ସେଠ, ଚୈତନ୍ୟ ସେଠି, ଜଗଦୀଶ ସେଠି, ସୁରୁ ସେଠି, ଅଲେଖ ସେଠ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ଏହି ବୈଠକ ରେ ତରଭା,ବଲାଡି, ନାରାୟଣପୂର, ସାଗର ପାଳି, ସାହାଯପିଟା,ବୁରୋମୁଣ୍ଡା, ବୈଦ୍ୟନାଥ, ସାଗର ପାଳି ଖମ୍ବେଶ୍ବରୀ ପାଳି, ମୟୁର ଉଡାଣ, ପାଣ୍ଡିକି ଟାଲ, କଷୁରୁ ପାଳି, ତମା ମୁରା, ମାଳିଶ୍ରୀଗୁଡ଼ି, ରାଣୀସରଡ଼ା , ଡାହିମାଲ ସମେତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଡୁଙ୍ଗୁରିପାଲି ବ୍ଲକ, ତରଭା ବ୍ଲକ ଓ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରଜକ ସମାଜ ର ବିଭିନ୍ନ କମିଟିର ସଭ୍ୟ ଓ ବ୍ୟକ୍ତି ଯୋଗ ଦାନ କରିଥିଲେ l ସଭାକୁ ଜିଲ୍ଲା କୋଷାଧ୍ୟକ୍ଷ ପ୍ରଶାନ୍ତ ସେଠ ପରିଚାଳନା କରିଥିବା ବେଳେ ସମ୍ପାଦକ କପିଳାସ ସେଠ ଆୟୋଜକ କର୍ମକର୍ତ୍ତା ଓ ଉପସ୍ଥିତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More