ଜହ୍ନିକୁଦାରୁ ସାତପଡ଼ା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣବିକ୍ଷୋଭ ପ୍ରଦର୍ଶନ କଲା ଜହ୍ନିକୁଦା-ସାତପଡ଼ା ସେତୁ ନିର୍ମାଣ ସମିତି

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) – ସ୍ୱାଧୀନତାର 75ବର୍ଷ ପରେ ବି ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦର ହଜାର ହଜାର ଲୋକେ ଜିଲ୍ଲା ସଦର ମହକୁମା ଓ ବ୍ଲକକୁ ଯାତାୟାତ ପାଇଁ ସ୍ଥାୟୀ ପୋଲଟିଏ ନଥିବାରୁ ଚିଲିକାର ଏକ ପାର୍ଶ୍ଵରେ ଥିବା ନାଳକୁ ପାର ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ। ବନ୍ୟା, ବାତ୍ୟା, ଝଡ ପବନ ରେ ଯୋଗାଯୋଗ ଠପ ହୋଇଯାଏ ।ପରିବେଶ ନାଁରେ ସରକାର ଉପକୂଳ ଜାତୀୟ ରାଜପଥ ର ଦିଗ ପରିବର୍ତ୍ତନ କରି ଟାଙ୍ଗୀରୁ ରତନପୁର ନେଇଗଲେ । ବର୍ତମାନ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗୋପାଳପୁର ବନ୍ଦରରୁ ସାତପଡ଼ାକୁ ସଂଯୋଗ ପାଇଁ ପ୍ରସ୍ତାବ ରଖିଛନ୍ତି।ଡ଼ି. ପି ଆର ପ୍ରସ୍ତୁତ ହୋଇଛି।ଜୈବ ବିବିଧତା ଦୃଷ୍ଟିରୁ ସାତପଡ଼ାରୁ ବ୍ରହ୍ମପୁର ଓ ମହିଁସାରୁ ଜନହିକୁଦା ପର୍ଯ୍ୟନ୍ତ ଚିଲିକାର ନାଳରେ ଦୁଇଟ ସିଗନେଚର ବ୍ରିଜ ନିର୍ମାଣ ହେଲେ ମାଛ ଚିଙ୍ଗୁଡ଼ି ଡ଼ଲଫିନ ଜଳଯିବ ଅବାଧ ରେ ଚଳ ପ୍ରଚଳ କରିବେ। ଭସା ପୋଲ ଓ ଡ଼ଙ୍ଗା ମେସିନରୁ ନିର୍ଗତ ତେଲ ଓ ମୋଟର ଫ୍ୟାନ ଦ୍ୱାରା ଜଳ ଜୀବ ମାଛ ଚିଙ୍ଗୁଡ଼ି ମୁର୍ତ୍ୟୁ ମୁଖରେ ପଡିବେନି। ପରିବେଶ ଓ ପର୍ଯ୍ୟା ବରଣ ନାଁ ରେ ବହୁ ପ୍ରତିକ୍ଷୀତ ପୋଲ କୁ ନିର୍ମାଣ କୁ ରୋକ ଲଗାଇବା ଜନ ବିରୋଧୀ।ଏହା ବିରୁଦ୍ଧରେ ଆଜି ଜହ୍ନିକୁଦା ସତପଡା ସେତୁ ନିର୍ମାଣ ସମିତିର ଶହ ଶହ ଲୋକେ ଡାକ୍ତରଖାନା ଛକରୁ ପଟୁଆରରେ ଆସି ଜିଲ୍ଲା ପାଳ ଅଫିସରେ ଗଣ ବିକ୍ଷୋଭ କରି ଥିଲେ। ଗୋପାଳପୁରରୁ ସାତପଡ଼ା ଜାତୀୟ ରାଜପଥ ନିର୍ମାଣ ସହ ଚିଲିକା ରଏକ ପାର୍ଶ୍ୱରେ ଥିବା ଦୁଇଟି ନାଳରେ ଛୋଟ ବ୍ରିଜ କରିବାପାଇଁ ଦାବୀ କରିଛନ୍ତି.ଗତ ବର୍ଷ ରୁ ସ୍ଥିରୀକୃତ ହୋଇଥିବା ପରିବେଶ ଓ ଜାତୀୟ ରାଜପଥ ବିଭାଗର ସବ କମିଟି ଆସି କ୍ଷେତ୍ର ପରିଦର୍ଶନ ଜଲଦି କରି ରିପୋର୍ଟ ଦେବା କୁଜାତୀୟ ରାଜପଥ ମନ୍ତ୍ରୀ ଓ ପରିବେଶ ବିଭାଗର ଚେୟାରମ୍ୟାନଙ୍କୁ ଦାବୀ ପତ୍ର ଦିଆଯାଇଛି।ବ୍ରିଜ ନିର୍ମାଣ ହେଲେ, ଅର୍ଥନୀତି ,ଯୋଗାଯୋଗ, ଚିଲିଜାତୀୟ କା ର ବିକାଶ ସହ ପର୍ଯ୍ୟଟନର ବିକାଶହେବ ଓ ପରିବେଶ ସନ୍ତୁଳିତ ହୋଇ ପାରିବ ବୋଲି ସମିତିର ସଭାପତିଡକ୍ଟର ଅଭିମନ୍ୟୁ ଜେନା, ସମ୍ପାଦକ ଶରତ କୁମାର ରାୟଗରୁ କହିଚ୍ଛନ୍ତି।ଜିଲାପାଳ ଅବସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ ମଧ୍ୟ ଏକ ରିପୋର୍ଟ ପରିବେଶ ବିଭାଗକୁ ଦେଇ ସବକମିଟି ଆଣିବା ପାଇଁ ମଧ୍ୟ ଦାବୀ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More