ଜଳ ପାଇଁ ଡହଳ ବିକଳ ଡ଼ମ୍ବଗୁଡା ଗ୍ରାମବାସୀ

22

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସରକାର ଗାଁ ଗାଁକୁ ପାନୀୟଜଳ ଯୋଗାଇବା ପାଇଁ “ବସୁଧା” ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଯେଭଳି ପ୍ରତ୍ୟେକ ବ୍ୟକ୍ତି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ଆଜି ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ଟୋପାଏ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ଆମେ କହୁଛୁ ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଡ଼ମ୍ବଗୁଡା ଗ୍ରାମ କଥା l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ ର ଦୁର୍ଗମ ଡମ୍ବଗୁଡା ଗ୍ରାମ, ଚାନ୍ଦିପୁଟ ପଞ୍ଚାୟତ ରୁ 20 କିଲୋମିଟର ଦୂରରେ ପାହାଡ଼ ଉପରେ ଥିବା ଏହି ଗ୍ରାମରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ୫୦ ପରିବାରର୧୫୦ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି l ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ କୁଲି ମଜୁରୀ ଖଟି ଏମାନେ ନିଜ ନିଜ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇଥାନ୍ତି l ତେଵେ ଗ୍ରୀଷ୍ମ ଆରମ୍ଭ ରୁ ପାହାଡ଼ ଉପରେ ଥିବା ଏହି ଗ୍ରାମରେ ଦେଖା ଦେଲାଣି ଜଳକଷ୍ଟ l ଟୋପାଏ ଜଳ ପାଇଁ ଲୋକେ ଡହଳ ବିକଳ ହେବା ପରିସ୍ଥିତି ସୃଷ୍ଟି ହେଲାଣି l ଗ୍ରାମ ଠାରୁ ଅଧ କିଲୋମିଟର ଦୂର ରେ ଦୁଇଟି ନଳକୂପ ଏବଂ ଦୁଇଟି ପୋଖରୀ ରହିଛି କିନ୍ତୁ ଗୋଟିଏ ନଳକୂପ ଅଚଳ ହୋଇପଡିଥିବା ବେଳେ ଅନ୍ୟଟିରେ ଲୌହଯୁକ୍ତ ପାଣି ବାହାରୁଛି , କିନ୍ତୁ ବାଧ୍ୟ ହୋଇ ଲୋକେ ସେହି ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି l ସେହିଭଳି ପୋଖରୀ ଗୁଡିକ ମଧ୍ୟ ଶୁଖିଗଲାଣି ଏଭଳି ସ୍ଥଳେ ଟୋପେ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜଳ ସମସ୍ୟା ନେଇ ଲୋକେ ବାରମ୍ବାର ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପ୍ରଶାସନ ଏବଂ ରାଜନେତାଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ଫଳ ଶୂନ l ଗ୍ରାମ ନିକଟରେ ବହୁ ପୁରାତନ ଏକ ପଥର କୂଅ ରହିଛି କିନ୍ତୁ ସେଥିରେ ମଧ୍ୟ ପାଣି ନାହିଁ l ପ୍ରବଳ ଖରା ଯୋଗୁଁ କୂଅ ଟି ଶୁଖିଲା ପଡିଛି l ଏଭଳି କ୍ଷେତ୍ର ରେ ଗୋଟିଏ ନଳ କୂପ ଉପରେ ଲୋକେ ନିର୍ଭର କରୁଛନ୍ତି ଯେଉଁଥିରୁ ଲୌହଯୁକ୍ତ ପାଣି ବାହାରୁଥିବା ବଳେ ତାହାମଧ୍ୟ ପର୍ଯ୍ୟାପ୍ତ ନୁହଁ l ସମସ୍ୟା ନେଇ ଆମେ ମୋହନା ବିଡିଓ ତପସ୍ୱିନୀ ହାଁସଦା ଙ୍କ ସହ ଯୋଗାଯୋଗ କରିଥିଲେ ଗଣମାଧ୍ୟମ ପ୍ରତିନିଧୀ, ଗ୍ରାମର ଜଳ ସମସ୍ୟା ସମ୍ବନ୍ଧରେ ସେ ଅବଗତ ଅଛନ୍ତି ଅତିଶୀଘ୍ର ଜଳ ଓ ପରିମଳ ବିଭାଗ ସହ ଯୋଗାଯୋଗ କରି ଗ୍ରାମରେ ନଳକୂପ ଖନନ କରାଯିବା ସହ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି l ଲୋକଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ଅତିଶୀଘ୍ର ଯଦି ପ୍ରଶାସନ ଗ୍ରାମର ପାନୀୟ ଜଳ ସମସ୍ୟା ର ସମାଧାନ ନକରେ ତେଵେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅନୁଷରଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l ଗଜପତିରୁ ବିବେକାନନ୍ଦ ବେହେରାଙ୍କ ର୍ପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More