ଜଳେଶ୍ଵର ପ୍ରିମିୟମ ପରିସରରେ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ

17

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ) : ଆଜି ହେଉଛି ପବିତ୍ର ଗଣେଶ ପୂଜା। ସାରା ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ,ଅନ୍ୟାନ୍ୟ ସ୍ଥାନରେ ବେଶ ଧୂମଧାମରେ ପ୍ରଭୁଙ୍କ ଆରାଧନା ହୋଇଛି । ଶ୍ରୀ ଗଜାନନଙ୍କ ପୂଜା ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ରହିଛି। ପ୍ରଭୁ ଗଜାନନ ହେଉଛନ୍ତି ବିଦ୍ୟା ଓ ବୁଦ୍ଧିର ଦେବତା। ସେ ହେଉଛନ୍ତି ସମସ୍ତ ବିଘ୍ନ ଓ ବିପଦର ବିନାଶକାରୀ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ବିଦ୍ୟାଳୟ ଓ ଅଫିସ ମାନଙ୍କରେ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଜଳେଶ୍ଵର ପ୍ରିମିୟମ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ଶ୍ରୀ ଗଜାନନଙ୍କ ପୂଜା । ଜଳେଶ୍ଵର ପ୍ରିମିୟମ ହେଉଛି ଏକ ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ । ଶ୍ରୀ ଗଜାନନଙ୍କ ପୂଜାରେ ଅଫିସର ସମସ୍ତ କର୍ମକର୍ତ୍ତା , ବନ୍ଧୁ ଓ ପ୍ରିୟଜନମାନେ ଯୋଗଦେଇଥିଲେ । ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More