ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ସ୍ବାଧୀନତା ଦିବସ ପାଳିତ

15

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ସହ ୭୬ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଙ୍କ ସଭପତିତ୍ବ ସାଧାରଣ ସଂପାଦକ ସଂଗୀତା ଜେନା ଙ୍କ ଆବାହକତ୍ବ ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବନ ସଂରକ୍ଷକ ଯଶୋବନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସ୍ବାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଜିର ଆହ୍ବାନ ତଥା ଜାତୀୟ ପତାକାର ଉଦ୍ଭାବକ ପିଙ୍ଗଲି ଭେଙ୍କେୟା ଙ୍କ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ବିମଳ ବିଶି, କୁମାର ବେହେରା,ବରସୁଆଁ ପ୍ରଗତି ର ସଂପାଦକ ବସନ୍ତ କୁମାର ନାୟକ, ସମାଜସେବୀ ମୀନତି ଦେବତା, ଆଇନଜୀବୀ ରମେଶ ବଳ,ବାର୍ ଆସୋସିଏସନ୍‌ର ସଭାପତି ସୁରେଶ ମାଝୀ,ସଂପାଦକ ଅକ୍ଷୟ ସାହୁ, ଶ୍ରଦ୍ଧା ଷଡଙ୍ଗୀ,ଶାନ୍ତନୁ କୁସୁମ, ସଂଜୀବ ମହାନ୍ତି,ପ୍ରବାଳ ରଂଜନ ବାରିକ ପ୍ରମୁଖ ବକ୍ତବ୍ଯ ରଖି ଥିଲେ। ଏହି ଅବସରରେ ଶ୍ରୀ ବିଶି ଆଗାମୀ ଜାନୁଆରୀରେ ରାଉରକେଲା ରେ ଏୟାର୍ ସୋ ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ,ଦିଲିପ ଶର୍ମା,ସରୋଜ ବେହେରା, ସୁମନ୍ତ ଜେନା,ମଳୟ ସାହୁ, ସୁବାସ ଗୁପ୍ତା,ଦେବ ପଟ୍ଟନାୟକ,ସୁଦିପ ଦେ, ସୁରଥ ବାରିକ, ରାଜଦୀପ ମହାନ୍ତି, ସଂଗ୍ରାମ କେଶରୀ ନାୟକ,ଇନ୍ଦ୍ରାବଳୀ ମିସ୍ତ୍ରୀ,ବିଶ୍ବଜିତା ମହାପାତ୍ର,ରାହୁଲ ସୋନକର,ସନ୍ତୋଷ ଭଦ୍ର,ମାନସ ରଞ୍ଜନ ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମନୋରଞ୍ଜନ ମିଶ୍ର, ନିରଞ୍ଜନ ଦାସ,ଅକ୍ଷୟ ଧଳ,ସନ୍ତୋଷ ରଥ,ବି ବି ସେନାପତି,ରାନୁ ମହାପାତ୍ର, ବିବେକାନନ୍ଦ ଦାସ,ମହେଶ୍ୱର ସିଂହ, ସରୋଜ ନାୟକ,ବ୍ୟାସଦେବ ନାଥ, ନରେନ୍ଦ୍ର ସାନ୍ଧୁ,ଉମାଶଙ୍କର ଠାକୁର, ପିତାମ୍ବର ଲେଙ୍କା,ଜଟାଧାରି ମାଝୀ, ଲକ୍ଷ୍ମୀ ଧର ନାୟକ,ବାଳମୁକୁନ୍ଦ ଶୁକ୍ଳା,କ୍ଷୀରୋଦ ସାହୁ,ପ୍ରକାଶ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More