ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଜରୁରୀ କାଳୀନ 112 ଗାଡି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଓ ଏସ ପି ଜୟରାମ ଶତପଥୀ। ଏହି ସେବା ଦ୍ବାରା ଜିଲ୍ଲା ବାସୀଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଇପାରିବ। ମୁଖ୍ୟତଃ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ 112କୁ କଲ କଲେ ଅତିଶୀଘ୍ର ଗାଡିଟି ଅତି କମ ସମୟରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ପାରିବ।ଗଜପତି ଜିଲ୍ଲାର ତିନୋଟି ପୋଲିସ ଥାନା କୁ 112 ଗାଡି ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।ବର୍ତ୍ତମାନ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଓ ମୋହନା ଥାନାକୁ ଗୋଟିଏ ଲେଖାଏଁ ଗାଡି ଦିଆ ଯାଇ ଥିବା ବେଳେ ଆର ଉଦୟଗିରି ଥାନାକୁ ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମ କୃଷ୍ଣ ପତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମ ଦେଵ ସିଂ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପୋଲିସର ଏହି ଭଳି ପ୍ରୟାସକୁ ଜିଲ୍ଲା ବାସୀ ଭୂୟସ ପ୍ରଶଂସା କରିବା ସହିତ ସ୍ୱାଗତ ମଧ୍ୟ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।