ପାରାଦୀପ(ସଂଘର୍ଷ ମିଡିଆ) : -ତାଙ୍କ ନା ଶୁଣିଲେ ହସ କଥା ମନେପଡେ | ତାଙ୍କ ଚାଲି ତାଙ୍କ କଥା ରେ ଦର୍ଶକ ହସିହସି ବେଦମ ହୋଇ ପଡୁଥିଲେ | ଅନେକ ଲୋକଙ୍କୁ ହସେଇ ହସେଇ ଗଡେଇ ଦେଉଥିଲେ ସେ | କିଏ କହେ ତାଙ୍କୁ ହସ ରାଜ ତ କିଏ କହେ ତାଙ୍କୁ ରସ ରାଜ | ହସ ଶିରୋମଣୀ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ଵାଳ | ଘର ବାଲେଶ୍ୱର | ଯାତ୍ରା ଛାଡ଼ିଲା ପରେ ସେ ଏବେ ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଗଡ଼ ନିକଟ ରତ୍ନମାଳୀ ଜେମା ଜରାଶ୍ରମରେ | ସମସ୍ତ ଅନ୍ତେବାସୀଙ୍କ ସହ ରହୁଛନ୍ତି କମେଡି କିଂ ମଣିଭଦ୍ର | ପାରିବାରିକ କଳହ କାରଣ ରୁ ମଣି ଘର ଛାଡି ଆସିଥିବା ଜରାଶ୍ରମର ସଭାପତି କହୁଥିବା ବେଳେ ପରିଭ୍ରମଣରେ ଆସିଥିବା କହୁଛନ୍ତି ମଣିଭଦ୍ର | 1970 ମସିହାରୁ ଯାତ୍ରା ଜଗତରେ ପାଦ ଦେଇଥିଲେ ସେ | ଶିକ୍ଷକତା ଚାକିରି ଛାଡି କଳାକୁ ଆପଣେଇ ନେଇଥିଲେ ମଣିଭଦ୍ର | 400 ରୁ ଉର୍ଦ୍ଧ ନାଟକ ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ଅଭିନେତା ଏବେ ପାରିବାରିକ ଜୀବନ କୁ ତୁଚ୍ଛ କରି ଚାଲି ଆସିଛନ୍ତି ବାଲେଶ୍ୱରରୁ ବନ୍ଦର ନଗରୀ ପାରାଦୀପ | ନିଜ ହାତରେ ନିଜ ଠିକଣା ବଦଳାଇ ଦେଇଥିବା ଏହି ହାସ୍ୟ ଅଭିନେତା ପେଣ୍ଡାଲ ଆଉ ବାସ୍ତବ ଜୀବନ ର ଗହନ କଥା ରେ ଛନ୍ଦିହୋଇ ପଡିଥିବା ମନେହୁଏ | ପାରାଦୀପ ରୁ କୁଳମଣି ଲେଙ୍କାଙ୍କ ରିପୋର୍ଟ ସଂଘର୍ଷ ନିଉଜ।
Get real time updates directly on you device, subscribe now.
Prev Post
ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ
Next Post