ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

12

Get real time updates directly on you device, subscribe now.

ନବରଙ୍ଗପୁର–ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅଂଚଳା ପଞ୍ଚାୟତ ଅଂଚଳା ଗ୍ରାମରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି l ଏଥିରେ  ୧୬ ଜଣ ଆହତ ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ   ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି l ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏ ନେଇ ଦୁଇ ଗୋଷ୍ଠୀ ଡାବୁଗାଁ ଥାନାରେ ପୃଥକ ପୃଥକ ଏତଲା ଦେଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି l ସୂଚନା ଅନୁଯାୟୀ, ଅଂଚଳା ଗ୍ରାମର ଖଗପତି ଗୌଡ ଓ ସମ୍ପର୍କୀୟ ଭାଇ ପର୍ଶୁ ଗୌଡଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେଲା ପ୍ରାୟ  ୧୧ ଏକର ଜମି ଭାଗବଣ୍ଟା କୁ ନେଇ ବିବାଦ ଲାଗି ରହିଥିଲା l ଏଥି ପୂର୍ବରୁ ମଧ୍ଯ ଦୁଇ ଭାଇ ମଧ୍ୟରେ ଜମି ବିବାଦ ଦେଖା ଦେଇ ଗୋଷ୍ଠୀ ସଂଘର୍ଷ ହୋଇ ଉଭୟ ପକ୍ଷ ଗୁରୁତର ଆହତ ହୋଇଥିବା ନଜିର ରହିଅଛି lଏପରିକି ମାମଲା କୋର୍ଟରେ ବିଚାରାଧୀନ ରହିଛି l ଗତ କାଲି ସକାଳ ୬ଟାରେ ଖଗପତି ଗୌଡଙ୍କ ପରିବାର ଲୋକ ନିଜ ଜମିରେ ହଳ କରିବା ପାଇଁ ଯାଇଥିଲେ l ତେବେ ଏହି ସମୟରେ ପର୍ଶୁ ଗୌଡଙ୍କ ଗୋଷ୍ଠୀ ଅଚାନକ ଜମିରେ ପହଂଚି ଗଣ୍ଡଗୋଳ ଆରମ୍ଭ କରିଥିଲେ l ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା l ଦୁଇ ଗୋଷ୍ଠୀ ମଧ୍ୟରେ ଟାଙ୍ଗିଆ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ହୋଇଥିଲା l ଏଥିରେ ଉଭୟ ଗୋଷ୍ଠୀର ୧୫ ରୁ ଉର୍ଦ୍ଧ ଜଣ ଆହତ ହୋଇଥିଲେ l ସମସ୍ତ ଆହତଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସ୍ଵାସ୍ଥ୍ଯ ଅବସ୍ଥା ଗୁରୁତର ଥିବାରୁ ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଅନ୍ୟ  ୬ ଜଣ ଆହତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି l ଏ ନେଇ ଉଭୟ ପକ୍ଷରୁ ଡାବୁଗାଁ ଥାନାରେ ପୃଥକ ଏତଲା ଦିଆଯାଇ ଥିବାବେଳେ ଥାନା ମାମଲା  ଯଥାକ୍ରମେ ୧୨୩୵୨୦୨୩ ଓ ୧୨୪୵୨୦୨୩ ରୁଜୁ କରି ପୋଲିସ ତଦନ୍ତ ଚାଲୁ ରହିଥିବା  ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More