ଜମି ବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତପାତ

15

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆମେ କହିବାକୁ ଯାଉଛୁ ଏକ ଛାତି ଥରାଇଲା ଦେଲାଭଳି ଘଟଣା । କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଜୟପୁରା ବସ୍ତିରେ ଘଟିଛି ଏକ ଭୟଙ୍କର ଘଟଣା। ହଁ ଆଜ୍ଞା ଆମେ ଆପଣଙ୍କୁ ପ୍ରକୃତ ଭିଜୁଆଲ ଦେଖାଇବାରେ ଅସମର୍ଥ କାରଣ ଦୃଶ୍ୟ ଏତେ ଭୟଙ୍କରଯେ ତାହା କଳ୍ପନା କରିବା ଅସମ୍ଭବ। ସୂଚନା ମୁତାବକ କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଜୟପୁରା ଗାଁର ଦୁଇ ପଡିସା ସେକ ଅବଦୁଲ ଓ ସେକ ସଲିମଙ୍କ ପରିବାର ମଧ୍ୟରେ ବହୁ ଦିନରୁ ଜମି ବାଡ଼ି ବିବାଦ ଲାଗିରହିଥିବା ବେଳେ ଗତ 14/09 ବୁଧବାର ଦିନ ସଖାଳ 9ଟା ସମୟରେ ସବୁ ସୀମା ଉଲଂଘନ କରିଥିଲେ ସେକ ସଲିମ ଓ ତାର ମା । ଘଟଣା ଅନୁଯାଇ ଜୟପୁରା ଗ୍ରାମର ସେକ ଅବଦୁଲ ଅଜିଜଙ୍କ ପୁଅ ସେକ ଅବଦୁଲ ସାଯିଦ ଓ ସେକ କାଦିରଙ୍କୁ ଗ୍ରାମର ସଲିମ ଓ ତାର ମା ମିଶି ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସେକ ଅବଦୁଲ ସାଯିଦ ଓ ତାଙ୍କ ଭାଇ କାଦିର ଓ ଅବଦୁଲ ସାଯିଦଙ୍କ ସ୍ତ୍ରୀ କନିଜ ଫାତମା ଗୁରୁତ୍ୱ ହୋଇଥିଲେ. ସୂଚନା ମୁତାବକ ସେକ ଅବଦୁଲ ସାଯିଦ ଓ ସାନ ଭାଇ କାଦିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଅଛି .ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସଲିମଙ୍କ ଘରୁ କିଛି ମାରଣା ଅସ୍ତ୍ର ଜବତ କରିବା ସହ ଅଭିଯୁକ୍ତ ସଲିମକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଟାଉନ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ତପନ ନାୟକ ଥାନାରେ ଯୋଗଦେବା ପରେ ଟାଉନ ଅଞ୍ଚଳରେ ଥିବା କ୍ରିମିନାଲ ଙ୍କ ମନରେ ଛନକା ପଶିଯାଇଛି । ଆଶା ଶ୍ରୀ ନାୟକ ଙ୍କ କାର୍ଯ୍ୟକାଳ ସମୟରେ ଗରିବ ନିଷ୍ପେସିତ ଲୋକ ମାନେ ନ୍ୟାୟ ପାଇବେ,ଓ ଅପରାଧୀ ମାନେ ଅପରାଧ କରିବା ପୂର୍ବରୁ ଟିକେ ଚିନ୍ତା କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More