କଟକ(ସଂଘର୍ଷ ମିଡିଆ) : -ଜମି ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ଜଗତପୁର ପୋଲିସ। ଗିରଫ ଅଭିଯୁକ୍ତ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ପ୍ରଶାନ୍ତ ବେହେରା । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ ବେହେରା ଜଣେ ବିଲଡର।ସେ କଟକ ବିଭିନ୍ନ ସ୍ଥାନରେ ଜମି ବିକ୍ରି କରିଥାଏ।ଜମି ପ୍ରଦାନ କରିବବୋଲି କହି ଜଗତପୁର ତରୋଳ ଅଞ୍ଚଳ ର ଅଶୋକ କୁମାର ସେଠୀ ଙ୍କ ଠାରୁ ସେ ଦୁଇଟି ପର୍ଯ୍ୟାୟରେ ୭୮ ଲକ୍ଷ ଟଙ୍କା ନେଇଥିଲା। ହେଲେ ଜମି ପ୍ରଦାନ କରୁନଥିଲା। ଅଶୋକ ଏ ନେଇ ଜଗତପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ଅଭିଯୋଗ କୁ ଭିତ୍ତିକରି ଜଗତପୁର ପୋଲିସ ପ୍ରଶାନ୍ତ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।