ଜମି ଜମା ବିବାଦକୁ ନେଇ ଆକ୍ରମଣ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : -ଜମିଜମା ବିବାଦକୁକେନ୍ଦ୍ରକରି ପରିବାର ଲୋକଙ୍କୁ ଆକ୍ରମଣ।ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗ୍ରାମରେ। ରାଘବପୁର ଗ୍ରାମର ବସନ୍ତ ଦାସଙ୍କ ପୁତ୍ର ବାସୁଦେବ ଦାସ ସେହି ଗ୍ରାମର ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରି ସାହାଯ୍ୟରେ ମରଣାତ୍ମକ ଆକ୍ରମଣ କରିଥିବାର ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ବସନ୍ତ ଦାସ ଓ ବାସୁଦେବ ଦାସକୁ ଥାନାରେ ଅଟକରଖି ପଚରାଉଚର କରି ଛାଡ଼ିଦେବା ପୁନର୍ବାର ସେମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବପାଇଁ ଧମକ ଦେବା ନେଇ ନିର୍ମଳ ପ୍ରତାପ ପରିବାରଲୋକେଙ୍କ ସହ ଗ୍ରାମବାସୀ ସାଲେପୁର ଥାନାରେ ଏକାଠି ହୋଇ ଅଭିଯୋଗ କରିଛନ୍ତି। ପୋଲିସର କୋହଳ ମାନଭାବ ଓ ନିଷ୍କ୍ରିୟତାକୁ ନେଇ ଅଭିଯୋଗ ଆଣିବା ସହ ଦୃଢ କାଯ୍ୟାନୁଷ୍ଟାନ ଦାବିକରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More