କଳାହାଣ୍ଡି (ସଂଘର୍ଷ ମିଡିଆ ) : କୃଷି ଓ କୃଷକ କଲ୍ୟାଣ ପାଇଁ ରହିଛି କୃଷି ସଶକ୍ତିକରଣ ବିଭାଗ । କୃଷକ ନିଜର ଫସଲ ରୋପଣ ଠାରୁ ଆରମ୍ଭ କରି ବିକ୍ରି କରିବା ପର୍ଯ୍ୟନ୍ତ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ ହୋଇପାରିନାହିଁ । ମୌସୁମୀ ଆଗମନର ବର୍ଷା ଯୋଗୁଁ ଅନେକ ଚାଷୀ ଧାନ ଅମଳ କରିପାରିନାହାନ୍ତି।ବର୍ତ୍ତମାନ ତାଙ୍କର ଧାନ ସବୁ କ୍ଷେତରେ ପଡିରହି ଗଜା ହେଲାଣି ।ଖାଲିଆଭଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକବାହାଲ ଗ୍ରାମ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି।୩୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ୪୦ଏକର ଜମିରେ ଧାନ ରହିଥିବା ବେଳେ ୧୦ଏକର ଜମିରେ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ଯାହାଫଳରେ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ପାଇକବାହଲ ଗ୍ରାମର ଚନ୍ଦନ ନାଏକ, ଗୌତମ ନାଏକ, ସତ୍ୟାନନ୍ଦ ପୁଝାରି, ସୁରେଶ ନାଏକ,ରୁଦ୍ର ନାଏକ, ସହଦେଵ ନାଏକ ଓ ସୁମନ୍ତ ନାଏକ ଭଳି ଅନେକ ଚାଷୀଙ୍କ ଧାନ ଜମିରେ ନଷ୍ଟ ହୋଇଛି । ଅଭିଯୋଗ ଅନୁସାରେ ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ମଙ୍ଗଳପୁର ଡ୍ୟାମ ର ବାମ କେନାଲ ଯୋଗେ ପ୍ରତି ରବିଋତୁରେ ଜାନୁଆରୀ ମାସ ୧ତାରିଖ ଠାରୁ ୬ତାରିଖ ମଧ୍ୟରେ ପାଣି ଛଡ଼ାଯାଏ କିନ୍ତୁ ସବ-ମାଇନର କେନାଲ ଗୁଡିକର ଅବସ୍ଥା ଠିକ ନଥିବାରୁ ତାହା ଚାଷ ଜମିକୁ ମାସର ଶେଷ ବେଳକୁ ପାଣି ପହଞ୍ଚେ । ତେଣୁ ପରିମାଣ ସ୍ୱରୂପ ଚାଷୀ ମୌସୁମୀ ବର୍ଷାରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ ଚାଷୀ ଧାନ ଫସଲ ଅମଳ କରୁଥିବା ଦେଖିବକୁ ମିଳିଛି । ଚଳିତ ବର୍ଷ ଜୟପାଟଣା ବ୍ଲକରେ ୫ଟି ପେକ୍ସ ଯୋଗେ ୧୭ଟି ମଣ୍ଡିରେ ଧାନ ସଂଗ୍ରହ ହେଉଥିବା ବେଳେ ପ୍ରାୟ ୭୦ରୁ ୮୦ଭାଗ ସଂଗ୍ରହ ହେଲାଣି । କିନ୍ତୁ ଏବେବି ଖୋଲା ଆକାଶ ତଳେ ପ୍ରତି ଗାଁ ର ଖଳା, ରାସ୍ତା ଓ ପଡିଆ ରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଛି । ଟୋକାନ ଲେପ୍ସ ତଥା ଧାନ ଆଦ୍ରତା ଥିବା ଯୋଗୁଁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଅନ୍ୟପକ୍ଷରେ ପ୍ରତି ମଣ୍ଡିରେ ଦଲାଲ ଓ ବେପାରୀ ସକ୍ରିୟ ଥିବା ବେଳେ ଚାଷୀ ମାନଙ୍କ ଧାନକୁ ମନଇଚ୍ଛା ଦରରେ କିଣୁଥିବା ବେଳେ ତାହାର ଉଚିତ ପ୍ରାପ୍ୟରୁ ଚାଷୀ ବଂଚିତ ହେଉଛି ।ଯାହାଫଳରେ ଚାଷୀ ହତାଶ ହୋଇ ଭାଗ୍ୟ କୁ ଆଦରି ବସିଛି । ଗତ ଜୁନ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ହୋଇଥିବା ବର୍ଷା ରେ ଚାଷୀଙ୍କ ଧାନ ନଷ୍ଟ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୃଷି ବିଭାଗ କିମ୍ବା ରାଜସ୍ୱ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଚାଷୀ ମାନେ ଧାର କରଜ ତଥା ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତିରୁ ହଜାର ହଜାର ଟଙ୍କା ଲୋନ କରି ଚାଷ କରୁଥିବା ବେଳେ , ବର୍ତ୍ତମାନ ତାଙ୍କର ମେରୁଦଣ୍ଡ ଭାଙ୍ଗି ପଡିଛି । ଏ ନେଇ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଙ୍କୁ ପଚାରିବାରୁ ସେ ଚାଷୀ ଅଭିଯୋଗ କରନ୍ତୁ ଆମେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରିବୁ କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।