ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ମାଡ଼ପିଟ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

15

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : ରସିଂହପୁର ଥାନା ଅନ୍ତର୍ଗତ ସାନ ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାଡ଼ପିଟ ହୋଇଥିବା ଜଣାପଡିଛି।ଏହାକୁ ନେଇ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପରିବାର ଲୋକଙ୍କ ଥାନା ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।ଅଭିଯୋଗ ମୁତାବକ ନିଜ ଜମି ଉପରେ ନିତ୍ୟାନନ୍ଦ ସାହୁଙ୍କ ପରିବାର ତିନି ବଖରା ଆଜନେଷ୍ଟ ଘର ସମେତ ଉକ୍ତ ଜମିରେ ଚାଷ ବାସ କରି ଚଳୁଥିଲେ।ଆଜି ସକାଳ ପ୍ରାୟ ୮ଟା ସମୟରେ ଗ୍ରାମର ଟିକି ପ୍ରଧାନ, ସର ପ୍ରଧାନ, ପ୍ରତିମା ପ୍ରଧାନ, ଟିନା ପ୍ରଧାନ ପ୍ରମୁଖ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଆମ୍ଭ ପରିବାର ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।ଆମ୍ଭର ତିନି ବଖରା ଅଜବେଷ୍ଟସ ଘର ବାଡେଇ ଭାଙ୍ଗି ଦେଇଛନ୍ତି।ବାଡ଼ିରେ ଲଗା ଯାଇଥିବା ସମସ୍ତ ପନିପରିବା ଫସଲ ଓ ମୂଲ୍ୟବାନ ଗଛ ସବୁ ଉପାଡି ନଷ୍ଟ କରି ଦେଇଥିଲେ।ଏଥି ସହିତ ଅଶାଳୀନ ଭାଷାରେ ଗାଳି କରିବା ସହିତ ତୁରନ୍ତ ଏହି ଜାଗା ଛାଡି ନ ଗଲେ ତୁମ ପରିବାରକୁ ମାରି ଶେଷ କରିଦେବୁ କହି ମୁଦଲା ମାନେ ଧମକ ଦେଇଛନ୍ତି ବୋଲି ନରସିଂହପୁର ଥାନାରେ ନିତ୍ୟାନନ୍ଦ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ଅଭିଯୋଗ ଆଧାରରେ ନରସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଅଭୟ ବେହେରା ସୂଚନା ଦେଇଛନ୍ତି।ଅପର ପକ୍ଷରେ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ଶେଷରେ ଗଣମାଧ୍ୟମ ଘଟଣା ସ୍ଥଳରେ ପହଂଚିଯାଇଥିଲେ ।କିନ୍ତୁ ଯେତେବେଳେ ତାଙ୍କର ଘର ଭାଙ୍ଗିବା ଅବସ୍ଥାରେ ଫୋଟ କି ଭିଡ଼ିଓ ଉଠାଇ ପାରିବନି ବୋଲି ଧମକ ଦେଉଥିଲେ ।ସାଧାରଣରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More