ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବଡ ଭାଇର ଘରେ ନିଆଁ ଲଗାଇଲା ସାନ ଭାଇ

37

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ାବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ହଳଦୀଢି଼ଅ ଗ୍ରାମର ଶ୍ରୀଧର ନାୟକଙ୍କ ଘର ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି । ଘଟଣା ସୂତ୍ରରୁ ପ୍ରକାଶ ହଳଦୀ ଢ଼ୀଅ ଗ୍ରାମର ଲଙ୍ଗୁଳୀ ନାୟକ ଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଗିରିଧାରୀ ନାୟକ ଦୀର୍ଘ 10 ବର୍ଷ ତଳୁ ବୁଢା ବାପା ମାର ବୋଝ ତୁଲାଇ ପାରିବନି ବୋଲି ବଡ ଭାଇ ଶ୍ରୀଧର ନାୟକ ବାପା ମାକୁ ନିଜ ପାଖରେ ରଖିଥିଲେ । ଦୁଇ ବର୍ଷ ତଳେ ମା ର ଦେହ ଖରାପ ହେବା କାରଣରୁ ମା ଶଯ୍ୟାସାଇ ହୋଇପଡିଥିଲେ । ଶ୍ରୀଧର ନାୟକ କହିବା ଅନୁସାରେ ମା ସେବା ଓ ଔଷଧ ଖର୍ଚ୍ଚ ବହନ ପାଇଁ ସାନ ପୁଅ ବୋହୁ ସମ୍ପୂର୍ଣ୍ଣ ମନା କରିଥିଲେ । ବୃଦ୍ଧ ବାପା ଟଙ୍କା ପଇସା ଆଭାବ କାରଣରୁ ସାନ, ବଡ ପୁଅ ସହମତି କ୍ରମେ ଥିବା ଜମି ବିକ୍ରି ବଟା କରିଥିଲେ କିନ୍ତୁ ବର୍ତ୍ତମାନ ଜମି ବାଡ଼ି ଭାଗ ବଣ୍ଟାକୁ ନେଇ ବଡ ଭାଇକୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ଯାହା ଶ୍ରୀଧର ନାୟକ କହିଛନ୍ତି । ଏହାପରେ ଶ୍ରୀଧର ସଦର ଥାନାରେ ଗିରିଧାରୀଙ୍କ ନାଁରେ ଏକ ଏତଲା ଦେଇଥିଲେ । ଏହାପରେ ସଦର ଥାନାରୁ ଉଭୟ ପକ୍ଷକୁ ଡାକରା ଯାଇଥିଲେହିଁ ଶ୍ରୀଧର ଥାନାକୁ ଯାଇଥିବା ବେଳେ ଗିରିଧାରୀ ନାୟକ ଥାନାକୁ ଯାଇନଥିଲେ । ଗିରିଧାରୀ ନାୟକ ରାଗରେ ବିରୀଚାଉଳ ଚୋବାଇବା ସହ ଏକ ଷଡଯନ୍ତ୍ର ରଚିଥିଲା । ଦଶ ତାରିଖ ଦିନ ସଖାଳୁ ନିଜ ସ୍ତ୍ରୀ ପିଲା କୁ ଅଳକଣା ଠାରେ ଛାଡ଼ିଦେଇଥିବା ବେଳେ ରାତି 2ଟା ସମୟରେ ବଡ଼ ଭାଇ ଶ୍ରୀଧର ନାୟକଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକେ ଉଠିପଡିବା ଦୌଡ଼ା ଦୌଡ଼ି ଫଳରେ ଗିରିଧାରୀ ନିଜ କଳା ରଙ୍ଗର ସ୍କୁଟି ନଂ OD-29A-4772 ଗାଡି ଛାଡି ଦେଇ ଘଟଣା ସ୍ଥଳରୁ ଛୁ ମାରିଛି । ଘଟଣା ସୂତ୍ରରୁ ପ୍ରକାଶ ବଡ ଭାଇ ଶ୍ରୀଧର ନାୟକ ସାନ ଭାଇ ଗିରିଧାରୀ ନାୟକ ନାମରେ ଏକ ଲିଖିତ ଅଭିଯୋଗ କରିବା ବେଳେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରୀଧର ନାୟକ ଙ୍କ ପରିବାର ଲୋକଙ୍କ ପଚରା ପୁଚୁରି କରିବା ସହ ଗ୍ରାମର ଲୋକଙ୍କ ସହ କଥା ହୋଇ ଥିବାର ଦେଖିବାକୁ ମିଳିଛି । ଏହି ଘର ପୋଡିରେ ଶ୍ରୀଧର ଦୁଇ ବଖରା ଚାଳ ଘର 20ବସ୍ତା ଧାନ, ପାଞ୍ଚ ବସ୍ତା ଚାଉଳ, ନଗଦ ଟଙ୍କା ଓ ଘରର ଆସବାପତ୍ର ଓ ଗାଈ ଗୁହାଳ ପୋଡି ପାଉଁଶ ହୋଇଯାଇଛି । ଆଠ ପ୍ରାଣୀ କୁଟୁମ୍ବ ଓ ଏକ କଅଁଳା ଶିଶୁର ଜୀବନ ବେଘର ହୋଇପଡିଛି । ଅଳ୍ପକେ ଜୀବନ ବଞ୍ଚିଯାଉଛି ବୋଲି ଶ୍ରୀଧର ନାୟକ କହିଛନ୍ତି. ସୂଚନା ମୁତାବକ ସ୍ଥାନୀୟ ଆରାଇ ଘଟଣା ସ୍ଥଳରେ ପହଞ୍ଚି ବାସ ହରାଇଥିବା ପରିବାରଙ୍କୁ ପଲିଥିନ ଓ କିଛି ସମାଜ ସେବୀଙ୍କ ସାହାଯ୍ୟରେ ଶୁଖିଲା ଖାଦ୍ୟ ଦେଇଥିବାର ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More