ଜବାହାର ନବୋଦୟ ବିଦ୍ୟାଳୟରେ ମଡେଲ ଦେଖାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ

24

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ସିବିଏସଇ hub of Learning ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ସେଠାରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ନିଜ ନିଜର ମଡେଲ ଦେଖାଇବାର କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମୀଙ୍କ ଦ୍ୱାରା କରାଯାଇଛି l ଦ୍ୱାଦଶ ଶ୍ରେଣୀ ଛାତ୍ର ଅସ୍ମାନ ଆଶୁତୋଷ ଗଣିତ ମଡେଲ Working Model On Relation and Function ଉପରେ ପ୍ରସ୍ତୁତ କରିଥିଲେ l ନବୋଦୟ ବିଦ୍ୟାଳୟର ଗଣିତ ଅଧ୍ୟାପକ ଅରବିନ୍ଦ କୁମାର ମିଶ୍ରଙ୍କ ତତ୍ତ୍ୱlବଧାନରେ ଏହି ମଡେଲଟି ପ୍ରସ୍ତୁତ କରାଯାଇଥିଲା l ରସାୟନ ଵିଜ୍ଞାନ ଶିକ୍ଷକ ଶ୍ରୀ ଶ୍ରୀ କାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶନାରେ ମାଷ୍ଟର ରିତେଶ ଯୋଶୀ Carbon Dioxide absorption tour ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ l ଭୌତିକ ବିଜ୍ଞାନ ଶିକ୍ଷକ ଶ୍ରୀ ଋଷିକେଶ ସାହୁଙ୍କ ଦ୍ୱାରା ଦ୍ୱାଦଶ ଶ୍ରେଣୀର ଛାତ୍ର ଶ୍ରୀ ଉମେଶ ମେହେର Scientific Academic Institute Of India ସେମିନାରର ପ୍ରସ୍ତୁତି କରିଥିଲେ l ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ l ଭବିଷ୍ୟତରେ ଏପରି ବିଜ୍ଞାନ ସମ୍ବନ୍ଦୀୟ ମଡେଲର ପ୍ରସ୍ତୁତି ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମଟିକୁ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ମାନେ ଆନନ୍ଦର ସହ ଦେଖିବା ସଂଗେ ସଂଗେ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ l ଛାତ୍ର ଛାତ୍ରୀଙ୍କ ବୈଜ୍ଞାନିକ ଦୃଷ୍ଟିକୋଣର ବୃଦ୍ଧି ନିମନ୍ତେ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More