ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ କାଶୀନଗର ଠାରେ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି . କମିଟିର ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରକ୍କମ ଲୋକନାଥମ୍ , ଉପ ସଭାପତି ତନୁଜା ଶତପଥୀ , ସହଯୋଗୀ ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ , ଗୋଶାଣୀ ବ୍ଲକ କର୍ମକର୍ତ୍ତା ବାଳକ୍ରିଷ୍ନା ଶୁଦ୍ର , ମୁଚ୍ଚି ବାଙ୍ଗାରୁ , କାଶୀନଗର ବ୍ଲକ ସମ୍ପାଦକ ରେବଲା ଧର୍ମା ରାଓ , ସଦସ୍ୟ ପି . ତିରୁପତ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଘରେ ଟାଟା କମ୍ପାନୀର ପ୍ରି ପେଇଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ବାଧ୍ୟତାମୂଳକ ନୁହେ ବୋଲି ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା . ସୂଚନା ଅଧିକାର , ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ବକ୍ତାମାନେ ସମବେତ ଉପଭୋକ୍ତାମାନଙ୍କୁ ବୁଝାଇଥିଲେ । ପ୍ରତି ତେଜରାତି ଦୋକାନରେ ମୂଲ୍ୟ ତାଲିକା ଲଗାଇବା ଓ ବାର୍ଦ୍ଧକ୍ୟ , ଦିବ୍ୟାଙ୍ଗ ଭତ୍ତା ପାଉଥିବା ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କକୁ ଆସି ପାରୁନାହାନ୍ତି , ସେମାନଙ୍କ ଘରେ ଭତ୍ତା ଟଙ୍କା ପହଂଚାଇବା ପାଇଁ ପଦକ୍ଷେପ ନେବା ସକାଶେ ପ୍ରଶାସନକୁ ନିବେଦନ କରାଯିବ ବୋଲି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More