”ଜନ୍ମାଷ୍ଟମୀ ବ୍ରତ” ପୁସ୍ତକ ଉନ୍ମୋଚିତ

46

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ବ୍ୟେମବିହାରୀ ରଥଙ୍କ ରଚିତ ” ଜନ୍ମାଷ୍ଟମୀ ବ୍ରତ”ର ଦ୍ବିତୀୟ ସଂସ୍କରଣ ସେକ୍ଟର ୭ସ୍ଥିତ ସିଅର କାର୍ଯ୍ୟାଳୟ ଠାରେ ଉନ୍ମୋଚିତ ହୋଇ ଯାଇଛି । ସମାଜସେବୀ ବାସୁଦେବ ବାନାର୍ଜୀଙ୍କ ଆବାହକତ୍ବରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଅତିଥି ଭାବେ ସିଅର ର ସାଧାରଣ ସଂପାଦକ ବୈଦ୍ୟନାଥ ଦାସ, ଆରଏସପି ର ବରିଷ୍ଠ ପ୍ରବନ୍ଧକ ତଥା କବି ରଙ୍କନିଧୀ ସେଠୀ, ପୁସ୍ତକର ପ୍ରକାଶକ ତଥା ରଶ୍ମିପ୍ରଭା ପତ୍ରିକା ର ସଂପାଦକ ମନୋଜ କୁମାର ନନ୍ଦ, ସମାଜସେବୀ ପ୍ରବୋଧ ଦାସ ଓ କବି କୁଂଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅତିଥି ମାନେ ଶ୍ରୀଗୁଣ୍ଡିଚା ଅବସରରେ ଏଭଳି ପୁସ୍ତକ ପ୍ରକାଶନ ଓ ଉନ୍ମୋଚନ କୁ ସାଧୁ ଉଦ୍ୟମ କହିଥିଲେ । ସଂପ୍ରତି କରୋନା ମହାମାରୀ ସମୟରେ ଭାଗବତ ଟୁଙ୍ଗି ତିଆରି ଚାଲିଥିବା ବେଳେ ଭାଗବତ ଚର୍ଚ୍ଚା ଆଦୌ ନାହଁ କହିଲେ ଚଳେ। ଏପରି ସମୟରେ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ପୁସ୍ତକ ନିଶ୍ଚୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ ବୋଲି ଅତିଥି ମାନେ ମତ ରଖିବା ସହ ଭାଷା ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଭଗବାନ ନାୟକ, ଅଭୟ ନାୟକ,ସସ୍ମିତା ସେଠୀ, ଲିପିକା ଘୋଷ, ଲିଜାରାଣୀ ମହାରଣା, ପ୍ରିୟଙ୍କା ସାହୁ, ରାଧାକାନ୍ତ ମହାରଣା, ଉପେନ୍ଦ୍ର ବସ୍ତିଆ ଓ ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଶିବୁ ଦୀପ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More