ଜନସଂଖ୍ୟା ନିୟନ୍ତ୍ରଣ କରିବାପାଇଁ ପାର୍ଲ୍ୟାମେଣ୍ଟରେ କଠୋର ଆଇନ ଆଣିବାକୁ ଦାବି

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶକୁ ଜନସଂଖ୍ୟା ବିସ୍ପୋରଣରୁ ବଞ୍ଚାଇବା ପାଇଁ ପାର୍ଲିଆମେଣ୍ଟରେ ଏକ ଶକ୍ତିଶାଳୀ ଓ ଦ୍ରୁଢ଼ ଆଇନ ପ୍ରଣୟନ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୃତ ଜନସଂଖ୍ୟା ଦ୍ୱାରା ଦେଶର ଅର୍ଥନୀତି ବେକାରୀ ସମସ୍ୟା ସର୍ବୋପରି ଏହାଦ୍ୱାରା କିପରି ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି ଏ ସବୁର ସମାଧାନ ପାଇଁ ଦେଶରେ ଯେତେଶୀଘ୍ର ହେବ ପାର୍ଲ୍ୟାମେଣ୍ଟ ରେ ଜନସଂଖ୍ୟା ନିୟନ୍ତ୍ରଣ ଜନିତ ଏକ ଦୃଢ଼ ଆଇନ ଆଣିବାକୁ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କେନ୍ଦ୍ରୀୟ କମିଟିରସଦସ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲା କମିଟି ସଭାପତି କେଦାର ଦାଶଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ନେତା ନବକୃଷ୍ଣ ଦନ୍ତା,ସୁରେଶ ମିଶ୍ର, ବଳଦେବ ବେଦବାକ, ପୂର୍ଣ୍ଣିମା ସା ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More