ଜନଜାତି ସାଂସ୍କୃତିକ ଭବନର ଭୁମୀ ପୂଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ କନଫରେନ୍ସ ହାଲ ଠାରେ ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ଗୋପୀନାଥ ମାଝୀ, ଜିଲ୍ଲା ପରଜା ସମାଜ ସଭାପତି ଶ୍ରୀ ବୁଦୁ ଜାନୀ, ଉମରକୋଟ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ରାଜମନ ଭତରା, ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ଘନ ମାଝୀ, ତେନ୍ତୁଳିଖୁଣ୍ଟି ବ୍ଲକ ଲେମ୍ଫ ବରିଷ୍ଠ ଯୁବ ସଭାପତି ଶ୍ରୀ ଅଖିଳ ଭତରା, ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ଯୁବ ସଭାପତି ଶ୍ରୀ ମୋହନ ନାୟକ, ସମ୍ପାଦକ ଶ୍ରୀ ରାଇ ସିଂ ପୂଜାରୀ, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ମୋହନ ସିଂ ଗଣ୍ଡ, ଡାବୁଗାଁ ବ୍ଲକ ର ସରପଞ୍ଚ ସଂଘ ର ସଭାପତି ଶ୍ରୀ ଦୟାନିଧି ଭତରା ଓ ଡଙ୍ଗରୀଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ରାମକୁମାର ଗଣ୍ଡ, ଜବାଗୁଡା ସରପଞ୍ଚ, ପାପଡାହାଣ୍ଡି ବ୍ଲକ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯୋଶବନ୍ତ ନାୟକ ଓ ଡାବୁଗାଁ ବ୍ଲକ ର ବାର ଗୋଟି ଗ୍ରାମ ପଞ୍ଚାୟତ ର ଆଦିବାସୀ ସଂପ୍ରଦାୟ କଳା ଓ ସଂସ୍କୃତି ର ତୁପି ତୁମା ଚାତରି ତରଲା ଟେଙ୍ଗିଆ ଗୁଲଚା ଧନୁସର ଓ ଜାଲ ଜାତିଗତ ପ୍ରମାଣପତ୍ର ଏହି ସବୁ ବିଷୟରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More