ଜନଜାତି ମଞ୍ଚକୁ ବାଜିଲା ଶକ୍ତ ଚାପୁଡ଼ା , ନ୍ୟାୟ ପରେ ବୁଦ୍ଧି ପଶିଲା

16

Get real time updates directly on you device, subscribe now.

ନବରଙ୍ଗପୁର,(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ରେ ଜନ ଜାତି ସୁରକ୍ଷା , ମଂଚ ବୋଲାଉଥିବା ସଂଘ ର ସଭାପତି ଓ ସମ୍ପାଦକ ୨୦୧୧ ମସିହାଳରେ ତତ୍କାଳୀନ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଏକ ଦରଖାସ୍ତ କରିଥିଲେ । ଯେଉଁଥିରେ ଅଶ୍ଵିନ କୁମାର ଭତରାଙ୍କ, ଏସ ଆର୍ ଏ ପୁଣି ଅନେକଙ୍କ ଜାତି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ I ଏହାକୁ ଭିତ୍ତି କରି ଉପଯୁକ୍ତ ସମୟରେ ଅଶ୍ଵିନ କୁମାର ଭତରା, ଏସ ଆର୍ ଏ ଙ୍କୁ ଜିଲ୍ଲା ପ୍ରୋମୋଶନ କମିଟି ଏସ ଆର୍ ଏ ପଦବୀରୁ ଏସ ଓ ପଦବୀରେ ପଦୋନ୍ନତୀ ଦେଲେ ନାହି I ତେଣୁ ସେ କୌଣସି ଉପାୟ ନ ପାଇ,ବାଧ୍ୟ ହୋଇ ମାନ୍ୟବର ହାଇକୋର୍ଟ ର ଆଶ୍ରୟ ନେଇ ଥିଲେ I ମାନ୍ୟବର ହାଇକୋର୍ଟ ଆଦେଶ ପ୍ରକାରେ, ମକଦ୍ଦମା କୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବ୍ରହ୍ମପୁର ଙ୍କ ଠାରେ ହସ୍ତଗତ କରାଇଥିଲେ I ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର , ବ୍ରହ୍ମପୁର ପ୍ରାୟ ୦୪(ଚାରି) ମାସ ମଧ୍ୟରେ ତିନୋଟି(୦୩) ବିଭିନ୍ନ ତାରିଖରେ ମକଦ୍ଦମା ର ଶୁଣାଣି କରିଥିଲେ, ଏବଂ ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ ଅନୁରୋଧ କରିଥିଲେ I କିନ୍ତୁ ୩ଥର ଯାକ କୌଣସି ପ୍ରମାଣ ପତ୍ର ଦେବାରେ ଅସମର୍ଥ ହୋଇ ଶେଷରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ଜନଜାତି । ଅପର ପକ୍ଷେ ଅଶ୍ଵିନ କୁମାର ଭତରା, ଏସ ଆର୍ ଏ ଙ୍କୁ ପଚାରିବାରୁ ସେ ତାହାର ସ୍ଵଷ୍ଠିକରଣ ଦେଇ ପ୍ରକାଶ କରି କହିଥିଲେ ଯେ , ତାଙ୍କର ପୂର୍ବ ପୁରୁଷଠାରୁ ୧୯୫୫ ମସିହାର ଆର୍ ଓ ଆର୍ ରେ ଜାତି ଭତରା ଉଲ୍ଲେଖ ରହି ଥିବା ତଥା ଅନେକ ପ୍ରମାଣ ପତ୍ର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି, ବ୍ରହ୍ମପୁରଙ୍କ ଠାରେ ପ୍ରଦାନ କରିଥିଲେ I ପୂର୍ବ ପୁରୁଷ ତାଙ୍କର ଆଦିବାସୀ ଶ୍ରେଣୀ ର ଭତ୍ରା ଜାତି ହୋଇ ଜୀବନ ଜୀବିକା ନିର୍ବାହ କରି ଆସୁଥିଲେ। କାଳକ୍ରମେ ଏହାର ପୂର୍ବ ପିଡି ହିନ୍ଦୁ ଧର୍ମ ରୁ ଖ୍ରୀଷ୍ଟିଆନ୍ ଧର୍ମ ରେ ପରିବର୍ତନ ହୋଇ ଜୀବନ ଜୀବିକା ନିର୍ବାହ କରୁଥିଲେ। ଭାରତୀୟ ସମ୍ବିଧାନ ଅନୁସାରେ କୌଣସି ଆଦିବାସୀ ବ୍ୟକ୍ତି ଧର୍ମ ପରିବର୍ତନ କଲେ,କୌଣସି ଜାତି ପରିବର୍ତ୍ତନ ହୁଏ ନାହିଁ। ପୂର୍ବ ପରି ଜାତି ରେ ବଳ ବତ୍ତର ରୁହେ,କିନ୍ତୁ ଏହାକୁ କିଛି ସାମ୍ପ୍ରଦାୟିକ ନ୍ୟଷ୍ଠୀକ ବ୍ୟକ୍ତି ଙ୍କ ପ୍ରଲୋଭନ ରେ ପଡି ନିଜ ଜାତି ବିରୋଧରେ ପ୍ରତିବାଦ କରି ଜିଲ୍ଲାପାଳ ନବରଙ୍ଗପୁର, ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନ ର ଆଶ୍ରୟ ନେଇଥିଲେ ଜନଜାତି । ଏହା ବିରୁଦ୍ଧରେ ଅଭିଯୋଗ କାରୀ ଶ୍ରୀ ଭତ୍ରା ଓଡ଼ିଶା ହାଇକୋର୍ଟ ରେ ନ୍ୟାୟ ଭିକ୍ଷା ମାଗିଥିଲେ। ହାଇକୋର୍ଟ ତୁରନ୍ତ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନ ଏହାର ଶୁଣାଣି କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।ଏହାକୁ ଭିତ୍ତିକରି ରାଜସ୍ଵ କମିଶନର ବ୍ରହ୍ମପୁର ନବରଙ୍ଗପୁର ଜିଲା ଜନଜାତି ମଂଚ ଙ୍କୁ ୩ ଥର ପତ୍ର ମାଧ୍ୟମରେ ପ୍ରମାଣ ପତ୍ର ମାଗିଥିଲେ।ଜନ ଜାତି ମଂଚ ସଠିକ୍ ପ୍ରମାଣ ପତ୍ର ଦେବାରେ ଅସମର୍ଥ ହୋଇଥଲା। ଶେଷରେ କମିଶନରଙ୍କ ଶୁଣାଣି ଗତ ତା ୧୫.ନଭେମ୍ବର.୨୦୨୨ ରିଖ ଦିନ ତୃତୀୟ ଥର ପାଇଁ ହୋଇଥିଲା ଏଥିରେ, ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି, ବ୍ରହ୍ମପୁରଙ୍କ ସମସ୍ତ ସଦସ୍ୟ, ତଥା ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ସଦସ୍ୟ ମାନେ, ଏବଂ ଅଭିଯୋଗ କାରୀ ଅଶ୍ଵିନ କୁମାର ଭତରା, ଏସ ଆର୍ ଏ , ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାସ୍କର ରଇତ ଉପସ୍ଥିତ ରହିଥିଲେ I ଅପରପକ୍ଷେ ଶୁଣାଣୀ ପରେ ସମାଜର ଅନେକ ବିଜ୍ଞ, ଭଦ୍ର ବ୍ୟକ୍ତି ଘଟଣାକୁ ନିନ୍ଦା କରି , ୨୦୧୧ ମସିହାରୁ ବିନା ପ୍ରମାଣରେ ଲିଖିତ ଅଭିଯୋଗ କରି ପୁଣି ଖବର କାଗଜରେ ପ୍ରକାଶ କରି ନିରୀହ ଆଦିବାସୀଙ୍କୁ ହଇରାଣ ହରକତ କରିବା, ପରୋକ୍ଷ ଭାବେ ମୋଟା ଅଙ୍କର ଅର୍ଥ ଲୁଟିବାର ପ୍ରୟାସ ମାତ୍ର ଏବଂ ଏ ପ୍ରକାର ବ୍ୟକ୍ତି ବିଶେଷଙ୍କୁ ଆଇନ ଅନୁସାରେ ତୁରନ୍ତ ଚିହ୍ନଟ କରି ଦଣ୍ଡ ଦିଆଯିବା ଉଚିତ ବୋଲି ସର୍ବସାଧାରଣ ରେ ମତ ପ୍ରକାଶ ପାଇଛି I
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More