ଜଣେ ଦୃଷ୍ଟିହୀନ ଦୁଃଖର କାହାଣୀ, ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

14

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : –ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକ ପଳାଶପୁର ଗାଁର ଜଣେ ଦୃଷ୍ଟିହୀନ ଦୁଃଖର କାହାଣୀ। ଜୀବନ ବଞ୍ଚାଇବା ସହ ପରିବାରର ବୋଝକୁ ସମ୍ଭାଳିଥାଆନ୍ତି ଦୃଷ୍ଟିହୀନ ସୋନୁ ମଲ୍ଲିକ। ସୋନୁ ଦୃଷ୍ଟିହୀନ ହୋଇଥିଲାବେଳେ ନିଜର ପତ୍ନୀମଧ୍ୟ ଦୃଷ୍ଟିହୀନ। ଛଅଜଣଙ୍କ ବୋଝ ସୋନୁଙ୍କ ମୁଣ୍ଡରେ। ବସରେ ବୁଲି ମାଗିଯାଚି ନିଜର ପରିବାର ବୋଝ ସମ୍ଭାଳିଥାନ୍ତି।ଖାଲି ସେତିକିନୁହେଁ ଜଣେ ଅସାଧାରଣବ୍ୟକ୍ତିଙ୍କ ପରି ଗୀତଗାଇବା ସହ ବାଦ୍ୟ ବଜାଇ ଲୋକଙ୍କ ମନ ଜିଣିଥାନ୍ତି ସୋନୁ। ଜଣେ ସୋନୁ ନିଗମ ପ୍ରତିଷ୍ଠିତ ଗାୟକ ନିଜ ନାମ କମାଇବାକୁ ଗାଉଥିବା ସମୟରେ ଏ ଅନ୍ଧ ସୋନୁ ମଲ୍ଲିକ ନିଜ ପେଟ ପାଇଁ ଗିତ ଗାଇ ଲୋକ ମାନଙ୍କ ମନମୋହୁଛନ୍ତି। ନିଜର ଗୀତ ଆଉ ବାଦ୍ୟବଜାଇ ଲୋକଙ୍କୁ କରିଥାନ୍ତି ବିମୋହିତ। ଆଉ ତାଙ୍କ ଗୀତ ଶୁଣିବାପାଇଁ ବଜାରରେ ଲାଗିଥାଏ ଭିଡ଼। ଆପଣମାନେ ଦେଖିପାରୁଥିବେ ଏ ହେଉଛି ସାଲେପୁର ବାସଷ୍ଟାଣ୍ଡର ଦୃଶ୍ୟ। କିଭଳିଭାବେ ସାଧାରଣଲୋକେ ଭିଡ଼ଜମାଇଛନ୍ତି ସୋନୁଙ୍କ ଗୀତ ଆଉ ବାଦ୍ୟ ଶୁଣିବାପାଇଁ। ନିଜର ଗୀତ ଆଉ ବାଦ୍ୟଯନ୍ତ୍ର ବଜାଇ ଅନ୍ୟକୁ ଆକର୍ଷିତ କରିବା ସହ ନିଜର ପେଟ ପୋଷିବା ପାଇଁ ସେ ଆଦରି ନେଇଛନ୍ତି ନିଜର ଏଭଳି କଳାକୁ।ସୋନୁ ସରକାର ଯୋଜନାରେ ରେସନ ପାଉଥିବାବେଳେ ଭିନ୍ନକ୍ଷମ ଭତା ପାଇଥାନ୍ତି। ଆଉ ଆବାସଯୋଜନାରେ ଘରଖଣ୍ଡେ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More