ଜଣେ ଦାଇତ୍ଵବାନ ଏକ୍ସାଇଜ ଅଫିସରଙ୍କୁ ଫସାଇବା ପାଇଁ ଫୁଲ ଦମରେ ଲାଗିପଡିଛନ୍ତି କୁଚକ୍ରାନ୍ତକାରି ଦଳ

38

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ଚୋରି, ଡ଼କାୟତି ଲୁଟତରାଜ ଓ ମଦୁଆ ମାନଙ୍କ ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ ଠକ ମାନଙ୍କର ସଂଖ୍ୟା ମଧ୍ୟ ଜିଲ୍ଲାରେ ବଢ଼ିବାରେ ଲାଗିଛି. ଏହିପରିପେକ୍ଷୀରେ କିଛି ଭଦ୍ର ମୁଖା ପିନ୍ଧା ବ୍ୟକ୍ତି ମାନଙ୍କର ନିଜ ସ୍ୱାର୍ଥରେ ଟିକେ ଆଞ୍ଚ ଆସିଗଲେ ସେମାନେ ଭଲ ଭଲ ଲୋକମାନଙ୍କୁ ଟଙ୍କାର ଶିକାର କରିବାରେ ଟିକେବି ପଛାଉ ନଥାନ୍ତି. ତାଙ୍କର ମୁଖ୍ୟ ଲକ୍ଷ ହେଲା ସରକାରି ବାବୁ ମାନଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରିବା. ତେଣୁ ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ଜଣେ ସବଇନ୍ସପେକ୍ଟର ସରୋଜ କୁମାର ବାଗ, ସେ ଜଣେ ନିଷ୍ଠାପର ଏବଂ ଦାଇତ୍ୟବାନ ଅଫିସର ହୋଇଥିବା ବେଳେ ତାଙ୍କ ପାଇଁ ଅବକାରୀ ବିଭାଗ ଉପରେ ଏପର୍ଯ୍ୟନ୍ତ କଳଙ୍କ ଛିଟା ଲାଗିପାରିଲା ନାହିଁ. ସେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବକାରୀ ବିଭାଗ ରେ 2020 ମସିହାରେ ସବଇନ୍ସପେକଟର ଭାବେ ଯୋଗ ଦେଲାପରେ କେନ୍ଦ୍ରାପଡ଼ା ଜିଲ୍ଲାରେ 25ରୁ ଉର୍ଦ୍ଧ ଚୋରା ମଦ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ଯାହା ଫଳରେ ଚୋରା ମଦ ମାଫିଆ ମାନଙ୍କ ଭିତରେ ଏକ ଭୟ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି. ଏମିତିବି କିଛି ପ୍ରଭାବଶାଳୀ ଲୋକ ମାନଙ୍କ ମଦ ବ୍ୟବସାୟ ଉପରେ ଚଢ଼ାଉ କରି ଅବକାରୀ ଦଫା ଲଗାଇଛନ୍ତି. ଏଭଳି ସଚୋଟ ପଣିଆ ଦେଖାଇ ଆଜି ଶ୍ରୀ ବାଗ ମଦ ମାଫିଆଙ୍କ ଆକ୍ରୋଶ ଶିକାର ହୋଇଥିବାର ଦେଖିବାକୁ ମିଳିଛି. ସରୋଜ କୁମାର ଵାଗ ଙ୍କ ର ଓପନ ହାର୍ଟ ସର୍ଜରୀ ହୋଇଥିବା ବେଳେ ସେ ସମ୍ପୁର୍ଣ୍ଣ ରୂପେ ମଦ୍ୟ ପାନ ଠୁ ଦୂରେଇ ରୁହନ୍ତି , ହେଲେ କିଛି ମଦ ମାଫିଆ ଙ୍କ ଚକ୍ରାନ୍ତ ଏବେ ଶିକାର ହୋଇଛନ୍ତି ଏହି ଅଫିସର୍ ଆପୀ ଜୁସ ପିଉ ଥିବା ସମୟ ରେ କିଛି ଚକ୍ରାନ୍ତକାରି ଏକ ଫଟୋ ଉତ୍ତୋଳନକରି ଭାଇରାଲ କରାଇ ମଦ୍ୟ ପାନ କରୁଥିବା ମିଥ୍ୟା ଅପ ପ୍ରଚାର ଚଲାଇ ଛନ୍ତି ତେବେ ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚକ୍ରାନ୍ତକାରି ଶ୍ରୀ ବାଗଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବାର ଜଣାପଡିଛି , ଶ୍ରୀ ବାଗ ଅଫିସ କାମ କଲା ବେଳେ ଖାଇବା କୁ ସମୟ ନପାଇ ଯୁସ୍ ପି କାମ ଚଳାଇ ଥାନ୍ତି. କିନ୍ତୁ ଏହି ସମୟ ର ଫଟୋ କୁ ଚକ୍ରାନ୍ତକାରୀ ମାନେ ଫୋଟକୁ ଭାଇରାଲ କରିବା ସହ ଏକ ହୀନ ମାନସିକତା ର ପରିଚୟ ଦେଇଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More