ଜଣେ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀକୁ ଗିରଫ କଲା ଗଜପତି ପୋଲିସ

31

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥି ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ ଗଜପତି ପୋଲିସ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି।ସେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲା ଡୋରି ନଗର ଗ୍ରାମର ଯସବନ୍ତ ସିଂ ଗଜପତି ପୋଲିସର ଏକ ସ୍ୱତନ୍ତ୍ର ଟିମ ଉଠାଇ ଆଣିଛି। ଅକ୍ଟୋବର 3 2021 ରେ ଏକ ଗ୍ରାନାଇଟ ବୋଝେଇ ଟ୍ରକରେ 2020 କି.ଜି 800 ଗ୍ରାମ ଚୋରା ଚାଲାଣ ହେଉଥିବା ବେଳେ ଅଡ଼ବା ପୋଲିସ ତାକୁ ଜବତ କରିଥିଲା। ସେ ସମୟରେ ଗାଡି ଡ୍ରାଇଭର ଓ କ୍ରିନରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲାହେଲେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।ତଦନ୍ତ ପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉତ୍ତର ପ୍ରଦେଶ ଯାଇ ଆନ୍ତଃରାଜ୍ୟ ବ୍ୟବସାୟୀ ଯଶବନ୍ତ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More