ଜଣେ ଆଦର୍ଶ ମା, ଭଲ ପରିବାର ଗଢ଼ିପାରେ

16

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -କୁହାଯାଏ ମା ହେଉଛି ଗୋଟିଏ ପରିବାରର ଦୁଆର ମୁହଁ।ଜଣେ ଆଦର୍ଶ ମା,ଭଲ ପରିବାର ଗଢ଼ି ପାରେ ବୋଲି ଆଜି ଧର୍ମପ୍ରାଣା ମହିଳା ସ୍ୱର୍ଗତା ଶାନ୍ତିଲତା ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ପଳଦା ମାଣପୁର ସ୍ଥିତ ଶ୍ରଦ୍ଧାଞ୍ଜଳୀ ସଭାରେ ଶିକ୍ଷାବିତ ଵିଜୟ କୁମାର ରଥ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ସ୍ୱର୍ଗତା ଶାନ୍ତିଲତା ଦାଶ ଜଣେ ସୁଗୃହିଣୀ, ଆଦର୍ଶ ମାଆ ଓ ପରପକାରୀ ମହିଳା ଭାବେ ଏ ଅଂଚଳରେ ବେଶ ଜଣାଶୁଣା ଥିଲେ।ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସ୍ବାଇଁ ତାଙ୍କ ବକ୍ତବ୍ୟରେ ଶାନ୍ତି ଲତା ଦାଶ ଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶଙ୍କର ଚରଣ ସାହୁ, ଶରତ କୁମାର ପାତ୍ର, ବସନ୍ତ କୁମାର ବେଉରା, ବସନ୍ତ କୁମାର ସାହୁ, ଭଗବାନ ଭୋଳ, ଶରତ କୁମାର ସ୍ବାଇଁ ପ୍ରମୂଖ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଶିକ୍ଷାବିତତଥା ପୁତ୍ର ବସନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶେଷରେ ତାଙ୍କର ସୁଯୋଗ୍ୟ ନାତି ବରଦା ପ୍ରସନ୍ନ ଦାଶ ଧନ୍ୟବାଦ ଦେଇଥିଲେ।ପରିଚାଳନାରେ ହେମନ୍ତ କୁମାର ଦାଶ, ଶରତ କୁମାର ଦାଶ, ପୁଷ୍ପା ଦାଶ, ମଞ୍ଜୁଲତା ଦାଶ, ସରନ୍ଦେନ୍ଦୁ ଦାଶ ସହାୟତା କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More