ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ସଦର ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ଦଶହରା ର ଆୟୋଜନ କରାଯାଇଥିଲା | ଏଥିରେ ଆଦିବାସୀ ପରମ୍ପରା ଅନୁଯାଇ ଆଖ ପାଖ ଅଞ୍ଚଳ ରୁ ଲାଠି , କୁର୍ଚ, ମୁଦ୍ରା , ଗାଦି ଏବଂ ଡୋଲୀ ମାଆ ଠାକୁରାଣୀ ଙ୍କ ପାଖରେ ଏକତ୍ରିତ ହୋଇ ପୂଜା ପାଇଥିଲେ | ପୂଜା ପାଇଲା ପରେ ସହର ପରିକ୍ରମା କରି ପୁନଃ ଠାକୁରାଣୀ ମାଆ ମନ୍ଦିର ପରିସରରେ ଅବସ୍ଥାପିତ କରାଯାଇଥିଲା | ଏଥିରେ ଆଖ ପାଖ ଅଂଚଳରୁ ଶିରା , ଗୁଣିଆ, ଚାଲାଣ, ଗଣ୍ଡା ପ୍ରମୁଖ ଉପସ୍ଥିତ ରହି ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରିଥିଲେ | ମାନସିକ ଧାରୀ ସେମାନଙ୍କ ମାନସିକ ପୂରଣ ହେବାପରେ ମାଆ ଙ୍କୁ ଯାଚିଥିବା ଭୋଗ ମାଆଙ୍କ ପାଖରେ ଲଗାଇଥିଲେ | ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ | ରାତିରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଦୁଇ ଗୋଟି ଦେଶିଆ ନାଟ୍ୟ ପ୍ରଦର୍ଶନ କରାଯିବା ପାଇଁ ଆୟୋଜନ କରାଯାଇଥିଲା | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l