ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

55

Get real time updates directly on you device, subscribe now.

ଡାବୁଗାଁ(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ର ଜଟାବାଲ ସେକସନ ଅଧୀନ ବିଭିନ୍ନ ଗ୍ରାମରେ ବନବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲରେ ନିଆଁ ନ ଲଗାଇବା ନେଇ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ସାନଓଲମା, ଭକ୍ତଗୁଡା, ମୁଦୁଲିଗୁଡା, ବାତସର, ଟଇଲାଗୁଡା, ଭେଲୁଆଗୁଡା, ଗୋଡେଗାଁ, ଶିଙ୍ଗିଗୁଡା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯିବା ପରେ ଚେରଚେଟା ସାପ୍ତାହିକ ହାଟ ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ଜନସାଧାରଣଙ୍କୁ ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲରେ ନିଆଁ ନ ଲଗାଇବା , ଜଙ୍ଗଲ ର ସୁରକ୍ଷା କରିବା ଓ ଯଦି କୌଣସି ବ୍ୟକ୍ତି ଜଙ୍ଗଲ ରେ ନିଆଁ ଲଗାଇବା ସମୟରେ ଧରାପଡେ ତାହେଲେ ନିୟମ ଅନୁସାରେ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସଚେତନତା କରାଯାଇଥିଲା | ଏଥିରେ ଜଟାବାଲ ଭାରପ୍ରାପ୍ତ ବନପାଳ ସୁଶାନ୍ତ ସିଂ, ବନରକ୍ଷୀ ସଦା ସାନ୍ତା, ପାରା ସ୍ୱାର୍ଡ, ଫାୟାର ସ୍ୱାର୍ଡ ପ୍ରମୁଖ ଉପସ୍ଥିତ ଥିଲେ |ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More