ଜଙ୍ଗଲ ନିଲାମ ପ୍ରତ୍ୟାହାରକୁ ନେଇ ବାଣପୁର ତହସିଲ ଅଫିସ ଆଗରେ ଧାରଣା

15

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ ) : ସୂଚନାନୁସାରେ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର କୋଲାଥଡିହି ଗ୍ରାମ ମୌଜା ଅଧିନସ୍ଥ ଏକ ଜଙ୍ଗଲକୁ ସରକାରଙ୍କ ନିଲାମ ଚିଠି ନମ୍ବର ୩୧୭୨ ରେ ନିଲାମ କରି ଦିଆଯାଇଛି । ଏବଂ ଏକ ମୁଗୁନିପଥର ପାହାଡ଼କୁ ମଧ୍ୟ ୫ ବର୍ଷ ପାଇଁ ନିଲାମ ଦିଆଯାଇଥିବା ଜଣାପଡିବା ପରେ ଗ୍ରାମାବାସୀଙ୍କ ତରଫରୁ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା ଯାହା ଆଜି ଗଣ ଆନ୍ଦୋଳନର ରୂପ ନେଇଛି ।ବାଣପୁରରେ ସରକାର ଜମି ଓ ପଥର ମାଫିଆଙ୍କ ରାଜ ସହିତ ବେଆଇନ ଭାବେ ବୃକ୍ଷ କାଟିବା ଓ ଜଙ୍ଗଲ ନଷ୍ଟ ହେବା ସହିତ ବିଭିନ୍ନ ସମସ୍ୟା ଲାଗିରହିଥିବା ଏବଂ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଖପାଖ ଗ୍ରାମର ବହୁତ ଲୋକ,ନରେନ୍ଦ୍ରପୁର ପଂଚାୟତର କୋଲଥଡ଼ିହି , ତୋରସିଂହ ପଂଚାୟତର ଅଂକୁଲାପଦର ସହିତ ଓଡ଼ଗାଁ ଏବଂ ବିଭିନ୍ନ ଗ୍ରାମରୁ ଶହଶହ ମହିଳା ଓ ପୁରଷ ମିଶି ହାତରେ ଫ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।ଜଙ୍ଗଲ ସୁରକ୍ଷା ଆମର ଦାବି ସ୍ଲୋଗାନ ଦେଇ ସରକାରଙ୍କୁ ବିରୋଧ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଏବଂ ସରକାରୀ ଜଙ୍ଗଲ ଜମିକୁ ବେଆଇନ ଭାବେ ସରକାରୀ ବାବୁମାନଙ୍କ ସଲାସୁତାରରେ ଯଦି ଲୁଟି ନିଆଯାଏ ତାହେଲେ ଆଗାମୀ ଦିନରେ ବଡଧରଣ ରାଲି ସହିତ ରାଜରାସ୍ତlକୁ ଓଲ୍ହାଇବେ ଏବଂ ଭିକ୍ଷୋପ ପ୍ରଦର୍ଶନ ଜୋରଦାର କରାଯିବ ବୋଲି ଅଞ୍ଚଳ ବାସି ଗଣମାଧ୍ୟମ କୁ କଣାଇଛନ୍ତି l ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More