ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ସଚେତନତା କର୍ମଶାଳା ଅନୁଷ୍ଠିତ

145

Get real time updates directly on you device, subscribe now.

ରାଇକିଆ(ସଂଘର୍ଷ ମିଡିଆ) :-କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ସଚେତନତା କର୍ମଶାଳା ବନ ଅଧିକାରୀ ମାଣିକେଶ୍ଵରି ପଟ୍ଟନାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ବିଷୟରେ ଆଲଞ୍ଚନା କରାଯାଥିଲା । ଉପସ୍ଥିତ ଅତିଥି ବୃନ୍ଦଙ୍କ ଜରିଆରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସଚେତନତା ପାଇଁ ସମସ୍ତ ସାହାଯ୍ୟ ସୁବିଧା ଆଲୋକ ପାତ କରାଯାଇଥିଲା l ଜଙ୍ଗଲରେ ବନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି ତାଙ୍କ ଜୀବନକୁ ମଧ୍ୟ ସୁରକ୍ଷା ଦରକାର ସେଥିପାଇଁ ଜନସାଧାରଣ ସଚେତନ ହେବା, ଜଙ୍ଗଲ ନଷ୍ଟ ନକରିବା, ଗଛକୁ ମଧ୍ୟ ସୁରକ୍ଷା କରିବା, ଜଙ୍ଗଲରେ ଗଛ ପତ୍ର, ଜୀବଜନ୍ତୁ ବସବାସ କରିବା ଦ୍ୱାର ଜଳବାୟୁ ପରିବର୍ତ୍ତନ ହେଉଛି । ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରକାଶ କରି କହିଥିଲେ ରାଇକିଆ ବନ ବିଭାଗ ଅଧିକାରୀ ଜୁଦିଷ୍ଟ ବେହେରା ଓ ପରବର୍ତ୍ତୀ ସମୟରେ ସମୁହିଁକ ଭାବରେ ଜଙ୍ଗଲକୁ ନିଆ ଦାଉରୁ ସୁରକ୍ଷା କରିବା ପାଇଁ ଶପଥ ପାଠ କରେଇଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗ ରାଇକିଆ ଅଧିକାରୀ ଓ ବନ ବିଭାଗର କର୍ମଚାରୀ,ସୁଧାକୀରଣ କଲେଜର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ସଚେତନତାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ୱେତଳିନା ସାହୁ ଏସ ସି ଏଫ୍ ଫୁଲବାଣୀ, ରାଇକିଆ ଅଗ୍ନିଶମ କେନ୍ଦ୍ରର ହାବିଲଦାର ବିକାଶ ମହାପାତ୍ର, ଟୁଟୁ ପଲେଇ,ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ସମେତ ଟିମ୍ ଲିଡର ସଞ୍ଜୟ ମହାପାତ୍ର ଉପସ୍ଥିତ ରହିଥିବା ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଶେଷରେ ଭିଏସଏସ ମାନଙ୍କୁ ବିଭିନ୍ନ ବ୍ୟବହାରିକ ଉପକରଣ ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More