ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ, ଭୟରେ ଗ୍ରାମ ଛାଡିଲେ ଗ୍ରାମବାସୀ

15

Get real time updates directly on you device, subscribe now.


ନବରଙ୍ଗପୁର(ସଂଘର୍ଷ ମିଡିଆ) : । ସୁରକ୍ଷା ଓ ନ୍ୟାୟ ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବାକୁ ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପହଞ୍ଚିଲେ, ଆକ୍ରୋଶ ର ଶିକାର ହୋଇଥିବା ତିନି ଗ୍ରାମବାସୀ । ଜଙ୍ଗଲ ଜମି ଅଧିକାର କୁ ନେଇ ତୁମୁଳ କାଣ୍ଡ , ଭୟରେ ଗାଁ ଛାଡିଲେ ଗ୍ରାମବାସୀ l ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର l ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଂଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଗୋଟିଏ ଘର ପୋଡିବା ସହ ୩୦ ଏକର ରୁ ଉର୍ଦ୍ଧ ମକା ଚାଷ ଜମିକୁ ନଷ୍ଟ କରିଦେଲେ ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ l ଯାହାକୁ ନେଇ ଭୟଭୀତ ହୋଇ କପସାଭଟା ର ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ କପସାଭଟା ଗ୍ରାମରୁ ଚାଲି ଚାଲି ଉମରକୋଟ ଆସିବା ପରେ ବସ ଦ୍ୱାରା ନବରଙ୍ଗପୁର କୁ ଆସିଛନ୍ତି l ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବାକୁ ପ୍ରସ୍ତୁତ ହେଉଛନ୍ତି l ସେମାନେ ସ୍ଥାନୀୟ ଭତ୍ରା ଭବନ ଠାରେ ଥିବା ସୂଚନା ପାଇବା ପରେ ନବରଙ୍ଗପୁର ଏଡିଏମଓ କରୁଣାକର ରାଇକା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା , ଏସିଏଫଓ ଧନୁର୍ଜୟ ମହାପାତ୍ର ପହଞ୍ଚି ଆଲୋଚନା କରିଥିଲେ । ଅଧିକାରୀ ମାନଙ୍କ ସମ୍ମୁଖରେ ସେମାନେ ମୁଖ୍ୟତଃ ୩ ଟି ଦାବି ରଖିଛନ୍ତି l ସେମାନଙ୍କ ଦାବି ହେଉଛି – ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ, କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ ଓ ବିବାଦ ର ସ୍ଥାୟୀ ସମାଧାନ କରାଯାଉ l ଯଦି ଏସବୁ ଦାବିଗୁଡିକ ପ୍ରଶାସନ ପକ୍ଷରୁ ପୂରଣ କରାନଯାଏ, ତାହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପୀଡିତ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More