ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଲୋକପ୍ରତିନିଧି ଙ୍କୁ ନେଇ ଜଙ୍ଗଲ ଅଧିକାର ଆଇନ – ୨୦୦୬ ଏବଂ ସଂଶୋଧିତ ନିୟମ ୨୦୧୨ ସମ୍ବନ୍ଧରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏଫ.ଇ.ଏସ. ବିଶେଷଜ୍ଞ ବିଜୟ ଟପ୍ପ ଯୋଗ ଦେଇ ଜଙ୍ଗଲ ଅଧିକାର ଆଇନ ଉପରେ ପ୍ରଶିକ୍ଷଣ ଦେଇଥିଲେ | ଏହି ପ୍ରଶିକ୍ଷଣ ଶିବିରରେ ନବରଙ୍ଗପୁର ସମନ୍ଵିତ ଜନଜାତି ଉନ୍ନୟନ ସଂସ୍ଥା ର ସ୍ଵତନ୍ତ୍ର ଅଧିକାରୀ ରାଜୀବ କୁମାର ସାହୁ ଯୋଗ ଦେଇ ପ୍ରଶିକ୍ଷଣ ଶିବିରର ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ | ଏହି ଶିବିରରେ ଡାବୁଗାଁ ଗୋଷ୍ଟି ଉନ୍ନୟନ ଅଧିକାରି ଶରତ ମାଝି ଯୋଗ ଦେଇ ସମସ୍ତ ନବନିର୍ବାଚିତ ଲୋକପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇବା ସହ ଏ ପର୍ଯ୍ୟନ୍ତ ବ୍ଲକରେ ମୋଟ ୩୦୬୪ ଜଣ ଜଙ୍ଗଲ ଜମି ଅଧିକାରରେ ପଟା ପ୍ରଦାନ କରାଯାଇଥିବା କହିଥିଲେ | ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଜଙ୍ଗଲ ଅଧିକାର ୨୦୦୬ ଓ ସଂଶୋଧନ ଆଇନ ୨୦୧୨ ରେ ଥିବା ଅଧିବାସୀଙ୍କ ଜଙ୍ଗଲ ଜମି ଉପରେ ଥିବା ସମସ୍ତ ଅଧିକାର ବିଷୟରେ ଆଲୋଚନା କରିଥିଲେ | ଏହି ପ୍ରଶିକ୍ଷଣ ଶିବିରରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଏହି ପ୍ରଶିକ୍ଷଣ ଶିବିରକୁ ଡାବୁଗାଁ ବ୍ଲକ ମଙ୍ଗଳ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ ପରିଚାଳନା କରିଥିଲେ | ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More