ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଲିପଲୋଇ ନଦୀ ବ୍ରିଜ ପାଖରେ ୭ଟି ବଣୁଆ ହାତୀ କୌଣସି ସ୍ଥାନରୁ ପଶି ଆସିଥିବା ଭୋର ସକାଳୁ ଲୋକେ ଦେଖିପାରିଥିଲେ l ସେମାନେ ନଦୀ ବହିଯାଉଥିବା ପାର୍ଶ୍ୱରେ ଥିବା ଗଛ ଡାଳ ଭାଙ୍ଗି ବହୁ ସମୟ ଲୁଚି ବାହାରି ଥିଲେ । ଦୁଇଟି ଛୋଟ ହାତୀ ଓ ପାଞ୍ଚଟି ବଡ଼ ହାତୀ ରହିଥିଲେ । ସୂଚନା ପାଇ ବନ ବିଭାଗ ଅଧିକାରୀ କର୍ମଚାରୀଙ୍କ ସହିତ ଆସି ହାତୀ ପଲକୁ ଘୋଉଡାଇ ଥିଲେ । ହାତୀ ବୁଲୁଥିବା ସ୍ଥାନରେ ଲୋକେ ବସବାସ କରୁ ଥିବାରୁ ସମସ୍ତେ ଭୟଭୀତ ହୋଇଥିଲେ । ବନ ବିଭାଗ କର୍ମଚାରୀ କହିଥିଲେ ଯେ ଏହା କୁତ୍ରା ଜଙ୍ଗଲ ଦେଇ ଲାଞ୍ଜିବେର୍ଣ୍ଣ ହୋଇ ରାଜଗାଙ୍ଗପୁରକୁ ପଶି ଆସିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।