ଜଙ୍ଗଲପାଡୁ ଗ୍ରାମରେ କୋଭିଡ଼ି 19 ମୁକ୍ତ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

21

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ପାଡୁ ଗ୍ରାମ ଠାରେ ହେଚ ଏଲ ଏଫ ପି ପି ଟି ଏମ୍ ରାଇଟ ଗଜପତି ତରଫରୁ କୋଭିଡ଼ି19 ମୁକ୍ତ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ସରକାରଙ୍କ ମୁକ୍ତ ଟୀକାକରଣକୁ ସଫଳ କରିବା ଏବଂ ସମାଜରେ ସୁସ୍ଥ ବାତା ବରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିଜେ ଏବଂ ନିଜ ପରିବାରଙ୍କୁ କୋରନା ଠାରୁ ଦୂରେଇ ରଖିବା। ଯେଉଁ ମାନେ ଟୀକା ନେଇ ନାହାନ୍ତି ସମସ୍ତ ଙ୍କୁ ମୁକ୍ତ ଟୀକା ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଏଥିରେ ଗ୍ରାମର ୱାଡ଼ ସଭ୍ୟା ସନ୍ତୋସି ନାୟକ ଅଙ୍ଗନବାଡି କର୍ମୀ ମମତା ଜେନା, ଆଶା କର୍ମୀ ସରୋଜିନୀ ପାତ୍ର, ଗ୍ରାମର ଭଦ୍ର ବ୍ୟକ୍ତି ପ୍ରେମ ଜେନା,ଚନ୍ଦ୍ର ମୋହନ ସାମଲ, ନିରଞ୍ଜନ ସାମଲ,ସୁଧୀର ପାତ୍ର ଏବଂ ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ହେଚ ଏଲ ଏଫ ପି ପି ଟି ଏମ୍ ରାଇଟ ଗଜପତି ଗୋଶାଣି ବ୍ଳକର ବ୍ଳକ ଅଧିକାରୀ ବିଜୟ ସଙ୍କର ପାଢ଼ୀ ପ୍ରୋଜେକ୍ଟ ଭିଡିଓ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ। ଶେଷରେ ଗ୍ରାମର ଅବସର ସୈନିକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More