ଜଗନ୍ନାଥ ବଲ୍ଲଭ ଦୋକାନ ଘର ବେଆଇନ ଭାବେ ହୋଟେଲ ମାଲିକଙ୍କୁ ମିଳିଥିବା ଅନୁମତିକୁ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଜଗନ୍ନାଥ ବଲ୍ଲଭ ଦୋକାନ ଘର ଓଡ଼ିଶାର ହସ୍ତ ଶିଳ୍ପକୁ ପ୍ରୋତ୍ସାହନ ପାଇଁ କୋଟି କୋଟି ଟଙ୍କା ଖର୍ଚ ହୋଇ ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ଚତୁର୍ପାର୍ଶୋ ଉଚ୍ଛେଦ ହେବାରୁ ସୁନା ଦୋକାନୀ ଙ୍କୁ ଅସ୍ଥାୟୀ ଭାବେ ଏକ ବର୍ଷ ପାଇଁ ଦିଆ ଯାଇଥିଲା । ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ସୁନା ଦୋକାନୀଙ୍କ ସ୍ଥାୟୀ ବ୍ୟବସ୍ଥା ହୋଇନଥିବାରୁ ସେମାନେ ଏଠାରେ ସ୍ଥାୟୀ ଭାବେ ରହିଲେଣି । ସବୁଠୁ ବଡ଼ ବ୍ୟତିକ୍ରମ ଏବେ ଜଗନ୍ନାଥ ବଲ୍ଲଭ ର ଉପର ଦୁଇଟି ମହଲା କୁ ଏକ ଘରୋଇ ହୋଟେଲ ମାଲିକ ହାତରେ ଟେକିଦିଆଯାଇଛି ଯିଏ ସରକାରୀ ଜମି ବେଳା ଭୂମିରେ ମାଡ଼ି ବସିଛି ଏବଂ ଏହି ବେସରକାରୀ ସଂସ୍ଥା ଏହି କୋଠାର ମୂଳ ଢାଞ୍ଚା କୁ ପରିବର୍ତ୍ତନ କରି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ନାମରେ ବ୍ୟବସାୟୀ କରଣ ଚାଲିଛି । ଏପଟେ ବର୍ଷେ ରୁ ଉର୍ଦ୍ଧ ଜଗନ୍ନାଥ ବଲ୍ଲଭ ଟ୍ରଷ୍ଟ କାର୍ଯ୍ୟକାରୀ ନଥିବାରୁ ଏହି ସୁଯୋଗରେ କିଛି ସରକାରୀ କର୍ମଚାରୀ ନିୟମକୁ ବ୍ୟତିକ୍ରମ କରି ଏଭଳି କାର୍ଯ୍ୟ କରୁଥିବା ଆପ୍ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଯଥାଶୀଘ୍ର ଘରୋଇ ସଂସ୍ଥା କୁ ମିଳିଥିବା ଅନୁମତି କୁ ରଦ୍ଦ ସହ ଓଡ଼ିଶାର ହସ୍ତଶିଳ୍ପୀ ଙ୍କୁ ସେଠାରେ ଥଇଥାନ କରିବା ପାଇଁ ଆଜି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଆପ୍ ତରଫରୁ ଜିଲ୍ଲାପାଳଙ୍କୁ ଦିଆଯାଇଛି ଏବଂ ନିର୍ମାଣ ମୂଳ ଢାଞ୍ଚାରେ ପରିବର୍ତ୍ତନ କୁ କିଏ ଆଉ କାହିଁକି ଅନୁମତି ଦେଇଛି ତାର ତଦନ୍ତ ଦାବି କରିଛି ଆପ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More