ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : – ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ପୁରୀ ଜିଆରପି ଓ ଆରପିଏଫ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ବୋଲୋଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ ବଢ଼େଇ। ଏମାନଙ୍କ ଠାରୁ ଏକ ସୁନାଚେନ୍, ୧୦ ଟି ମୋବାଇଲ ଫୋନ, ଏକ ରକ୍ତ ଲଗା ଛୁରୀ ଜବତ କରାଯାଇଛି। ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପାଟସପୁର ଅଞ୍ଚଳରୁ ମାଣିକ ବେରା ତାଙ୍କ ପରିବାର ସହ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଆସୁଥିଲେ। ତେବେ ସେହିଦିନ ଅପରାହ୍ନ ଚାରିଟା ସମୟରେ ଏହି ଦୁଇ ଅଭିଯୁକ୍ତ ତାଙ୍କ ଠାରୁ ସୁନା ଚେନ, ମୋବାଇଲ ଫୋନ ଓ ଭ୍ୟାନିଟି ଛଡାଇ ନେଇଥିଲେ। ଏହାକୁ ବିଶ୍ବଜିତ ଅଦକ୍ ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ରାକେଶ ଓ ବିକାଶ ତାଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିଶ୍ବଜିତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଘଟଣାଟି ପୁରୀ ଏନସିସି ଗେଟ ନିକଟରେ ଗତ ୧୦ ତାରିଖରେ ଘଟିଥିଲା। ବିଶ୍ବଜିତଙ୍କ ଅଭିଯୋଗ ଆଧାରରେ ଜିଆରପି ଓ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More