ଜଗତ୍ସିଂହପୁର ( ସଂଘର୍ଷ ମିଡିଆ ) : ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ଧରତଙ୍ଗଡ଼ ଜଙ୍ଗଲରେ ଥିବା ବିଟ୍ ହାଉସ୍ ରେ ଜଗତ୍ସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ ଓ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ । ମୁଖ୍ୟ କଥା ହେଉଛି ଓଡିଶାର ପଡୋଶୀ ରାଜ୍ୟ ରେ ସାମ୍ବାଦିକ ମାନଙ୍କୁ ଭର୍ତା ପ୍ରଦାନ କରାଯାଉ ଥିବା ବେଳେ ଓଡିଶାରେ ତାହାର ଠିକ୍ ବିପରୀତ ଦେଖିବାକୁ ମିଳିଛି । ଏହି ବୈଠକ ରେ ସରକାର କିପରି ଭାବରେ ସାମ୍ବାଦିକ ମାନଙ୍କ ରକ୍ଷଣାବେକ୍ଷଣ କରିବେ ଓ ସାମ୍ବାଦିକ ମାନଙ୍କ ଭର୍ତା ପାଇବା ପାଇଁ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ସଂଘ ର ସଭାପତି ଭାବେ ଶୁଭକର ଜେନା ମନୋନୀତ ହୋଇଥିବା ବେଳେ ନାଉଗାଁ ରୁ ଉପ ସଭାପତି ଭାବେ ବୈଷ୍ଣବ ରାଉଳ ଓ ସାଧାରଣ ସମ୍ପାଦକ ଭାବେ ରଶ୍ମି କାନ୍ତ ପାଢୀ ଙ୍କୁ ମନୋନୀତ କରାଯାଇଛି । ନାଉଗାଁରୁ ସୂର୍ଯ୍ୟ କାନ୍ତ ବେହୁରାଙ୍କ ରିପୋର୍ଟ୍ ସଂଘର୍ଷ ମିଡିଆ ।