ଜଗତସିଂହପୁର ୪ ନମ୍ବର ଜୋନ ସ୍ତରୀୟ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଯୋନ ସ୍ତରୀୟ ପ୍ରତ୍ୟେକ ଗାଆଁ କୁ ଗାଁ ଯାଇ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ତେବେ ଏହି ଅବସରରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୪ନମ୍ବର ନମ୍ବର ଜୋନ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ମୁଦୁପୁର ପଂଚାୟତର ଠାରୁ ଆରମ୍ଭ ହୋଇଥିଲା।ଏହି ଜନ ସମ୍ପର୍କ ପଦଯାତ୍ରା ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଜନ ସମ୍ପର୍କ ପଦଯାତ୍ରା କୁ ଶୁଭାରମ୍ଭ କରି ଚାରି ନମ୍ବର ଜୋନର ବିଭିନ୍ନ ପଂଚାୟତ ମୁଦୁପୁର, ପିତେଇପୁର, ଅଳସୁଧା ପଂଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରା ମାଧ୍ୟମରେ ଯାଇ ଓଡିଶା ବାସୀ ନବୀନ ବାବୁଙ୍କ ପରିବାର, ଓଡିଶା ପରିବାର ର ସାଢ଼େ ଚାରିକୋଟି ଭାଇ ଭଉଣୀ ଙ୍କ ସେବା ତାଙ୍କର ଲକ୍ଷ ।ରାଜ୍ୟ ସରକାରଙ୍କ ତଥା ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକ ମାନଙ୍କ ପାଖରେ ସଠିକ ଭାବେ ପହଁଚିବା ଓ ଅବଗତ କରାଇବା ଲକ୍ଷ୍ୟ ରହିଛି ବୋଲି କହିଥିଲେ। ଏହି ପଦଯାତ୍ରା ଅବସରରେ ବ୍ଳକ ଯୁବ ଜନତା ଦଳର ଦ୍ୱିତୀୟ ଥର ହୋଇଥିବା ବ୍ଳକ ଯୁବ ଜନତା ଦଳର ସଭାପତି ସମ୍ବିତ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଏକ ବାଇକ ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଜନ ସମ୍ପର୍କ ପଦଯାତ୍ରା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।ଏହି ଜନ ସମ୍ପର୍କ ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରାରେ ସାମିଲ ହୋଇ ଥିଲେ।ମୁଦୁପୁର ପଂଚାୟତରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଅଳସୁଧା ପଂଚାୟତର ନିପୁର ନିକଟରେ ସମାପ୍ତ ହୋଇ ଥିଲା।ପରେ ନିପୁର ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ବ୍ଳକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଚାରିନମ୍ବର ଜିଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା,ସାଂସଦଙ୍କ ପ୍ରତିନିଧି କାଳନ୍ଦୀ ପତି, ବିଜେଡି ଉପସଭାପତି ଦିପ୍ତୀ ଦାସ,ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଳକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା,ଯୁବ ବିଜେଡି ଉପସଭାପତି ବିରେନ୍ଦ୍ର ବିଶ୍ୱାଳ, ଗୌରପ୍ରସାଦ ମହାନ୍ତି, ସରୋଜ କୁମାର ବିଶ୍ବାଳ,ବ୍ଳକ ଯୁବ ବିଜେଡ଼ି ସଭାପତି ସମ୍ବିତ ମହାନ୍ତି,ଆତ୍ମା ଅଧ୍ୟକ୍ଷ ବାବୁଲି ସାହୂ, ମୁଦୁପୁରପଂଚାୟତର ସମିତି ସଭ୍ୟା ମୌସୁମୀ ବାରିକ, ମୁଦୁପୁର ପଂଚାୟତର ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ମହାନ୍ତି,ମୁଦୁପୁର ପଂଚାୟତ ସଭାପତି କୃଷ୍ଣଚନ୍ଦ୍ର ଦାସ,ବରିଷ୍ଠ ବିଜେଡ଼ି ନେତାପବିତ୍ର ପରିଡା, ପ୍ରଭାତ ନାୟକ,ଜିଲ୍ଲା ଆଇଟି ସଂଯୋଜକ ରାଜେଶ ଦାସ ସମେତ ଚାରି ନମ୍ବର ଜୋନର ବିଭିନ୍ନ ଗ୍ରାମପଞ୍ଚାୟତ ର ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇ ଜନସଧାରଣଙ୍କୁ ପଦଯାତ୍ରା ମାଧ୍ୟମରେ ନବୀନ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ସମ୍ପର୍କରେ ଅବଗତ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More