ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ହାଟ ବଜାରରେ ଥିବା ପ୍ରସିଦ୍ଧ ଶୈବପୀଠ ମୁଚୁକୁନ୍ଦ ସୋମନାଥ ମହାଦେବଙ୍କ ମନ୍ଦିରରେ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ନିରାଡ଼ମ୍ବର ଭାବେ ମାତା ପାର୍ବତୀଙ୍କ ସମ୍ମୁଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ଅନୁଷ୍ଠିତ ହୋଇଥିଲା।ମାତା ପାର୍ବତୀଙ୍କ ପିତା ଭାବେ ଭଗବାନ ସାହୂ ଓ ମାତା ଭାବେ ସୁବର୍ଣ୍ଣରେଖା ସାହୂ ଏବଂ ମହାଦେବଙ୍କ ପିତାଭାବେ ଅଶ୍ୱିନୀ କୁମାର ସ୍ବାଇଁ ବିବାହ କରିଥିଲେ।ବ୍ରାହ୍ମଣ ବସନ୍ତ କୁମାର ଦାଶ ବିବାହ କାର୍ଯ୍ୟ କରିଥିଲେ।କନ୍ୟା ପିତା ଭଗବାନ ସାହୂ ପରମ୍ପରା ଅନୁଯାୟୀ କନ୍ୟା ଦାନ କରିଥିଲେ।ମନ୍ଦିରର ପୂଜକ ସୋମନାଥ ପଢିହାରି, ଭାସ୍କର ନାୟକ, କାଳିଆ ନନା, ଶିବୁନା ନନା ପ୍ରମୂଖ ମନ୍ଦିର ପୂଜକ ମାନେ ବିବାହ କାର୍ଯ୍ୟକୁ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।