ଜଗତସିଂହପୁର ରିଟେଲର ସଂଘ ପକ୍ଷରୁ ଜିଲାପାଳଙ୍କ ଜରିଆରେ ଓଡିଶା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

23

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ସର୍ବଭାରତୀୟ ଡିଲରର୍ସ ଫେଡରେସନ ଆହ୍ୱାନ କ୍ରମେ ଜଗତସିଂହପୁର ରିଟେଲର ସଂଘ ଆଠ ଦଫା ଦାବିପତ୍ର ଜିଲାପାଳଙ୍କ ଜରିଆରେ ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ଦାବୀ ଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ରେ ପଚିଶ ମାସର ପାରିଶ୍ରମିକ ଅର୍ଥ ପ୍ରଦାନ, ବୁଟ ଡାଲି, ବଲ, ଗୋଟା ବୁଟ ବଣ୍ଟନର ଅର୍ଥ ପ୍ରଦାନ କରାଯାଉ, ଇପିଓସ ମେସିନର ବ୍ୟବହାରିକ ଅର୍ଥ ପ୍ରଦାନକରିବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଯୋଗାଇ ଦେବାର ବ୍ୟବସ୍ଥା କରିବା, କରୋନା ସମୟରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରାଯାଇଥିବା ଚାଉଳର ବକେୟା ପାରିଶ୍ରମିକ ପ୍ରଦାନ, ସରକାରଙ୍କ ତରଫରୁ ଏକ କାଳୀନ ମାସିକ ଖାଉଟି ସାମଗ୍ରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦେବାର ବ୍ୟବସ୍ଥା,ମୃତ୍ୟୁ ବରଣ କରିଥିବା ରିଟେଲର ପରିବାରକୁ ପୁନଃ ନିଯୁକ୍ତି କରିବା ସହ ବକେୟା ଅର୍ଥ ପ୍ରଦାନ, ତିନି ବର୍ଷରେ ଥରେ ସନନ୍ଦ ନବୀକରଣ ନିୟମ ଓଡ଼ିଶାରେ ଲାଗୁ କରିବା ସହ ସମସ୍ତ ପରିବାରକୁ ଖାଉଟି ସାମଗ୍ରୀ, ଖାଇବା ତେଲ, ଏଲପିଜି ଗ୍ୟାସ,ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ବଣ୍ଟନ କରିବା, ସମସ୍ତ ରିଟେଲର ମାନଙ୍କ ପାରିଶ୍ରମିକ ଅର୍ଥ ବୃଦ୍ଧି କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି।ଏହି ଅବସରରେ ଜିଲା ରିଟେଲର ସଂଘ ସଭାପତି ଶରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ରିଟେଲର ମାନେ ଜିଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲା ସମ୍ପାଦକ ତରୁଣ କାନ୍ତ ସ୍ୱାଇଁ, ଉପସଭାପତି ମହେନ୍ଦ୍ର କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ,ପ୍ରମୂଖ ରାଉତ, ସୁବାଷ ଗୋଛାୟତ,ଅଭୟ କୁମାର ସ୍ବାଇଁ, ନରେଶ ଚନ୍ଦ୍ର ସ୍ବାଇଁ, ରାଜୀବ ଲୋଚନ କୁଅଁର, ଯୋଗେନ୍ଦ୍ର ପ୍ରଧାନ, ଦୈତାରି ସାହୂ, ଯୁଧିଷ୍ଠିର ପ୍ରଧାନ, ଵିଷ୍ଣୁ ଚରଣ ସାହୁ ପ୍ରମୁଖ ଜିଲାର ସମସ୍ତ ରିଟେଲର ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More