ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ଅର୍ଚ୍ଚନା ନାଗର କେଳେଙ୍କାରୀର ପ୍ରଚ୍ଛଦ ପଟର ମହା ନାୟକଙ୍କ ପର୍ଦାଫାସ ଦାବୀ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଅର୍ଚ୍ଚନା ନାଗ କେଳେଙ୍କାରୀ ପଛରେ ମହାନାୟକ ମାନଙ୍କ ପର୍ଦ୍ଦାଫାଶ, ସରକାରୀ କଳର ଦୁରୁପଯୋଗ,କଳାଧନ କାରବାର ଆଦିର ନିରପେକ୍ଷ ତଦନ୍ତ ଦାବିରେ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭପତି ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍, ପୁର୍ବତନ ପୌରାଧକ୍ଷ ବିପ୍ଲବ ଚୌଧୁରୀ, ବ୍ଲକ କଂଗେସ ସଭାପତି ଅଦ୍ଵୈତ ଜେନା, ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି, ପାରିଷଡ ଓମ୍ ଶ୍ରୀ ସତ୍ୟ ପ୍ରକାଶ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣ ପ୍ରଧାନ, ବରିଷ୍ଠ ନେତା ସୁଦର୍ଶନ ବେହେରା, ଯୁବ ନେତା ଅନିଲ ଦାସ୍,ରଶ୍ମି ରଞ୍ଜନ ତ୍ରିପାଠୀ, ରାକେଶ କୁମାର ରାଉତ, ଲିପୁ ମହାନ୍ତି, କଲ୍ୟାଣ ପଟ୍ଟନାୟକ, ଯୁବ ନେତା ସ୍ବସ୍ତି ପ୍ରସାଦ ମିଶ୍ର, ସୁଧାଂଶୁ ଶେଖର ଭୋଇ, ରମେଶ ବିଶ୍ଵାଳ, କୋଷାଧ୍ୟକ୍ଷ ବିଜୟ ବିଶ୍ଵାଳ, ଛାତ୍ର ନେତା ସୋନୁ ବଳ,ଭାଗିରଥି ଦାସ, ପ୍ରବୀର୍ ପରିଜା, ଦାଶରଥି ସ୍ବାଇଁ, ବିଶ୍ଵନାଥ ସ୍ବାଇଁ, ଶଙ୍କର ଓଝା, ରମାକାନ୍ତ ମହାନ୍ତି, ନୃସିଂହ ଦାସ, ହିଫ୍ରୂଜ୍ ରେହମାନ, ଚନ୍ଦନ ମଲ୍ଲିକ, ରବୀନ୍ଦ୍ର କୁମାର ମଲ୍ଲିକ, ପ୍ରଶାନ୍ତ ସାହୁ, ଆଝାର ଖାଁ,ଦିବ୍ୟଲୋଚନ ସାହୁ, କେଶବ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More