ଜଗତସିଂହପୁର ମୁନିସିପାଲଟିରେ ମୁକ୍ତା ଯୋଜନାରେ ମହାଘୋଟଲା

13

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ମୁନିସିପାଲଟିର 21ଟି ୱାର୍ଡ ରେ ମୁକ୍ତା ଯୋଜନାରେ ମହା ଘୋଟଲା ନେଇ ବାରମ୍ବାର କାଉନସିଲର ମାନେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଯୋଜନାର ଅବଜର୍ଭର ଇପ୍ସିତା ସାହୂ ଆଜି ଅଚାନକ ଗ୍ରସ୍ତରେ ଆସି ଜଗତସିଂହପୁର ମୁନିସିପାଲଟି ରେ ୱାର୍ଡର କାଉନସିଲରଙ୍କ ପ୍ରଥମେ ଅଭିଯୋଗ ଶୁଣିବା ପରେ ନିର୍ବାହୀ ଅଧିକାରୀ ଡକ୍ଟର ଅଶୋକ କୁମାର କର୍ଣ୍ଣ,ଏମଇ ବ୍ରଜେନ ଦାଶ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲା ବେଳେ ଡୁଡାର ଜେଇ ପ୍ରବୀର ଖୁଣ୍ଟିଆଙ୍କ ଦେଖାନଥିଲା।ତେବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରଅବଜର୍ଭର ଇପସୀତା ସାହୂ ନିଜେ ଅନୁଭବ କରିଥିଲେକି ଜଗତସିଂହପୁର ମୁନିସିପାଳଟିରେ ମୁକ୍ତା ଯୋଜନାରେ ସ୍ୱଚ୍ଛତା ନଥିବା ଗନ୍ଧ ବାରିଥିଲେ।ତେଣୁ କାଉନସିଲରଙ୍କ ଅଭିଯୋଗ ଓ ପୌରା କାର୍ଯ୍ୟାଳୟରେ ଥିବା ମୁକ୍ତା ଯୋଜନାର କର୍ମଚାରୀଙ୍କୁ ଆସନ୍ତା ସାତଦିନ ଭିତରେ ଏକ ସମୀକ୍ଷା ବୈଠକ ହେବ।ଯଦି ମୁକ୍ତା ଯୋଜନାର ଘୋଟଲା ହୋଇଥାଏ ଯିଏ ବି ଦୋଷୀ ହେଉନା କାହିଁକି ତାଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More