ଜଗତସିଂହପୁର ବଡ଼ ବଜାର ଠାରେ ୫ଟି ବାଇକକୁ ପୋଡ଼ିଦେଲେ ଦୁର୍ବୁତ୍ତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ପୁରୁଣା କୋର୍ଟ ଛକ ଶତ୍ରୁଘ୍ନ ସାହୁଙ୍କ ଘର ଆଗରେ ଥିବା ୫ଟି ବାଇକକୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇ ପୋଡି ଦେଇଥିବାର ଅଭିଯୋଗ ହୋଇଛି । ତେବେ କିଏ ଓ କେଉଁ ଉଦେଶ୍ୟରେ ବାଇକ ଗୁଡିକ ପୋଡି ଦେଲା ତାହା ଜଣା ପଡ଼ିନାହିଁ । ଅଭିଯୋଗ ପାଇ ଜଗତସିଂହପୁର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖ ପାଖରେ ଲାଗିଥିବା CCTV ଫୁଟେଜ ଯାଞ୍ଚ କରୁଛି। ପୋଡି ଯାଇଥିବା ବାଇକ ଗୁଡିକ ସମ୍ପୂର୍କ୍ତ ଗୃହ କର୍ତା ଓ ତାଙ୍କ ଘରେ ଭଡା ରହୁଥିବା ଲୋକ ମାନଙ୍କର ବୋଲି ଜଣା ଯାଇଛି ।ଏପରିକି ଜିଲାରେ ବ୍ରାଉନସୁଗାର ନିଶାଡୀଙ୍କ ସଂଖ୍ୟା ବହୁ ସଂଖ୍ୟାରେ ଵୃଦ୍ଧି ପାଇଥିବାରୁ ନିଶାଡୀ ମାନେ ମଧ୍ୟ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏଭଳି ଘଟଣାକୁ ସମସ୍ତ ମହଲରେ ନିନ୍ଦା କରାଯିବା ସହ ତୁରନ୍ତ ଅପରାଧ ଘଟାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ସାଧାରଣରେ ଦାବୀ ହେଉଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More