ଜଗତସିଂହପୁର(ସଂଘର୍ଷ ମିଡିଆ) : -ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ବିଦ୍ୟୁତବିଭାଗ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲାରେ ବିଦ୍ୟୁତରେ ହୋଇଥିବା ପ୍ରଗତି ଏବଂ ୨୦୪୭ବର୍ଷ ପର୍ଯ୍ୟନ୍ତ ଥିବା ଆଶା ଆକାଂକ୍ଷା ଉପରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ମହୋତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ ଜିଲାପରିସଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ଜିଲାରେ ସହର ଓ ଗ୍ରାମାଞ୍ଚଳରେ ବିଦ୍ୟୁତ କରଣ ହୋଇଥିବା କହିଥିଲେ।କାର୍ଯ୍ୟକ୍ରମ ରେ ଜିଲାପାଳ ପାରୁଲ ପଟାୱରୀ ଅଧ୍ୟକ୍ଷତାକରି କହିଥିଲେ ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଜିଲ୍ଲା ବିଦ୍ୟୁତ ବିଭାଗ ପକ୍ଷରୁ ବିଜିଲି ମହୋତ୍ସବ ପାଳନ କରାଯାଉଛି।ଏହି ଅବସରରେ ଭିଡିଓ ପ୍ରଦର୍ଶନୀ ମାଧ୍ୟମରେ ଜନସାଧାରଣ ଙ୍କୁସଚେତନ କରାଯିବା ସହ କଞ୍ଜୁମର ରାଇଟ ଓ ବିଦ୍ୟୁତ ବିଭାଗର ବିଭିନ୍ନ ସରକାରୀ ବିଦ୍ୟୁତ କରଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଯାଇଥିଲା।ଏହି ଉତ୍ସବରେ ଓପିଟିସିଏଲ ର ମହାପ୍ରବନ୍ଧକ ଚନ୍ଦ୍ରଶେଖର ପ୍ରଧାନ, ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ, ପୌର ଅଧ୍ୟକ୍ଷା ଅର୍ଚନା ସିଂହ,ଯୋଗଦେଇ ବିଦ୍ୟୁତ କ୍ଷେତ୍ରରେ ପ୍ରମୂଖ ସଫଳତା ସମ୍ପର୍କରେ ଆଲୋକପାତ କରିବା ସହଶକ୍ତିମନ୍ତ୍ରଣାୟ, ଓପିଟିସିଏଲ, ଟିପିସିଓଡିଏଲ ସହ ମିଳିତ ଉଶ୍ଚବ ଆୟୋଜନ କରାଯାଉଛି।ପ୍ରାରମ୍ଭରେ ଏନଟିପିସି ର ସିନିୟର ମ୍ୟାନେଜର ବିଶ୍ୱଜିତ ସାମନ୍ତରାୟ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଟପିସିଡିଓଲ ର ଅଧିକ୍ଷଣ ଯନ୍ତ୍ରୀ ଅମରଜିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା,ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଜେନା, ଆଡ଼ମିନ ପଞ୍ଚାନନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।