ଜଗତସିଂହପୁର ବିଜେପିର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

30

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସ୍ଥାନୀୟ ସାରଦା ମଣ୍ଡପ ଠାରେ ଜିଲା ବିଜେପିର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ବିଜେପି ଜିଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି,ଜଗତସିଂହପୁର ଲୋକ ସଭା ପ୍ରଭାରୀ ଯୋଗଦେଇ ଥିଲେ।ଜିଲା ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶଙ୍କ ମଞ୍ଚ ପରିଚାଳନାରେ ଜିଲା ଉପସଭାପତି ମୋହିତ ମହାନ୍ତି ଅତିଥି ପରିଚୟ ସହ ପୁଷ୍ପଗୁଛ ଦେଇ ଅତିଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଆରମ୍ଭରେ କିଛି କର୍ମୀଙ୍କ ମୃତ୍ୟୁ ରେ ଶୋକ ପ୍ରସ୍ତାବ ଆଗତ କରଯାଇଥିଲା।ସାଧାରଣ ସମ୍ପାଦକ ସୁବାଷ ଜେନା ରାଜ ନୈତିକ ଚିଠା ଆଗତ କରିଥିଲେ।ଏହାକୁ ତିର୍ତ୍ତଲ ନେତା ରାଜକିଶୋର ବେହେରା, ପାରାଦ୍ୱୀପ ନେତା ସମ୍ପଦ ସ୍ବାଇଁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି ଏହାକୁ ଗ୍ରହଣ କରି ବୁଝାଇ ଥିଲେ।ଜିଲା ଉପସଭା ନେତ୍ରୀ କଳ୍ପନା ମହାନ୍ତି ସର୍ଜନ ସିଂ ସମର୍ଥନ କରିଥିଲେ।ଏହି ଚିଠା ସମସ୍ତ ସଦସ୍ୟଙ୍କ ଦ୍ୱାରା ପାସ କରାଯାଇ ପରେ ପରେ ସଂଗଠନ ଉପରେ ରାଜ୍ୟଅନୁସୂଚିତ ମୋର୍ଚାର ସଭାପତି ବିଭୂ ପ୍ରସାଦ ତରାଇ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଓ ଉପେନ୍ଦ୍ର ବିଶ୍ୱାଳ, ଜିଲା ନିମନ୍ତ୍ରିତ ଅତିଥି ଶିବବ୍ରତ ଦାସ ପ୍ରଭୁତି ବକ୍ତବ୍ୟ ରଖି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ମହିଳା ମୋର୍ଚାର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ଓବିସି ମୋର୍ଚାର ସୁବୋଧ ବାରିକ, କୃଷକ ମୋର୍ଚାର ସଭାପତି ତପନ ବେହେରା,ମାଇନର କମ୍ୟୁନିଟି ର ସଭାପତି ସୟଦ ରଜିୟା ରସୁଲ,ଯୁବ ମୋର୍ଚ୍ଚା ର ମାନସ ମହାପାତ୍ର, ନଗର ମଣ୍ଡଳ ସଭାପତି ଅକ୍ଷୟ କୁମାର ପାତ୍ର, ବିନୋଦ ମହାନ୍ତି,ରୂପକ ଖୁଣ୍ଟିଆ, ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଯୁଗଳ ପ୍ରଧାନ, ସମସ୍ତ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପ୍ରଭାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମ୍ପାଦକ ସମୀର ନାୟକ, ରାଜ ନାରାୟଣ ସାହୁ, ଭାଇସ ଚେୟାର ମ୍ୟାନ ରାଜେନ୍ଦ୍ର ବିଶୋଇ ଓ କାଉନସିଲର ପ୍ରମୂଖ କର୍ମକର୍ତା ଯୋଗ ଦେଇଥିଲେ।ଶେଷରେ ଜିଲା ଉପସଭାପତି ସୌଭାଗ୍ୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More