ଜଗତସିଂହପୁର ବନ୍ଦର ମେରାଇନ ଥାନାର ଅଧିକାରୀ ନିଶାସକ୍ତ ଅବସ୍ଥାରେ ଉନ୍ମତ କାଣ୍ଡ, ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛେଇଲେନି
ଜଗତସିଂହପୁର(ସଂଘର୍ଷ ମିଡିଆ ) : -କେନ୍ଦ୍ରାପଡା ସହରରେ ପୋଲିସର ଆକ୍ରମଣ ଘଟଣା ଥମୁନଥିବା ବେଳେ ଏବେ ଜଗତସିଂହପୁର ଜିଲ୍ଲାରେ ତାହା ପୁନରାବୃତ୍ତି ହୋଇଛି। ତେବେ ଏଭଳି ଏକ ପୋଲିସର ଲଜ୍ୟା ଜନକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବନ୍ଦର ମେରାଇନ ଥାନାରେ। ସୂଚନା ଅନୁସାରେ ବନ୍ଦର ମେରାଇନ ଥାନାର ଥାନା ଅଧିକାରୀ ଅଜୟ କୁମାର ମୁଦୁଲି ଗତକାଲି ରାତି ପ୍ରାୟ10 ଟାବେଳେ ମରିଚି ପୁର ବଜାରରେ ନିଶାସକ୍ତ ଅବସ୍ଥାରେ ଗାଳି ଗୁଳଜ କରୁଥିଲେ।ମରିଚି ପୁର ଅଂଚଳର ସାଧାରଣ ଲୋକେ ଏହାଦେଖି ଆତଙ୍କିତ ହେବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜଣେ କାଯ୍ୟରତ ସାମ୍ବାଦିକ ପହଁଚି କ୍ୟାମେରା ଅନ କରିବା ପୂର୍ବରୁ ସମ୍ପୃକ୍ତ ସାମ୍ବାଦିକ ଉପରେ ନିଶାଗ୍ରସ୍ତ ଅବସ୍ଥାରେ ଆକ୍ରମଣ କରିବା ସହ କ୍ୟାମେରାକୁ ଫୋଫାଡ଼ିବାକୁ ଉଦ୍ଧ୍ୟମ କରିଥିବା ସହିତ ସାମ୍ବାଦିକଙ୍କୁ ମାଡ ମାରିଥିଲେ ବୋଲି କାର୍ଯ୍ୟ ରତ ସାମ୍ବାଦିକ ଜଣକ ଅଭିଯୋଗ କରିଛନ୍ତି । ପୁଣି ଜନସାଧାରଣଙ୍କୁ ଅଶୀଳ ଭାଷାରେ ଗାଳିଗୁଜ କରୁଥିବା ଦେଖିବାକୁ ମିଳିଥିଲା। ବନ୍ଦର ଥାନା ଅଧିକାରୀ ଅଜୟ କୁମାର ମୁଦୁଲି ବଜ଼ାର ନିକଟରେ ନିଶାଗ୍ରସ୍ତ ଅବସ୍ଥାରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ପଡ଼ିଥିବା ବେଳେ କିଛି ଚୋରା ମଦ ବେପାରୀ ତାଙ୍କୁ ଉଠାଇ ନେଇଥିଲେ। ନିଶାସକ୍ତ ଅବସ୍ଥାରେ ପଡିଯିବାରୁ ଥାନା ଅଧିକାରୀଙ୍କ ମୁହଁ ଖଣ୍ଡିଆ ହୋଇଥିବା ଦେଖୀବାକୁ ମିଳିଛି। ବନ୍ଦର ଅଞ୍ଚଳରେ ବ୍ରାଉନ ସୁଗାର ମଦ ଆଡସ୍ଥଳୀ ଜାମୁଥିବା ବେଳେ ଆଇଆଇସି କିଛି ମଦ ବେପାରୀ ପ୍ରୋତ୍ସାହନ ଦେଇଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ରକ୍ଷକ ହୋଇ ଭକ୍ଷକ ହେଲେ ସାଧାରଣ ଜନତା କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଭଳି ନିଶାଗ୍ରସ୍ତ ଥାନା ଅଧିକାରୀଙ୍କ ଉପରେ କଣ କାର୍ଯ୍ୟ ଅନୁଷ୍ଠାନ ନେଉଛନ୍ତି ଜଗତସିଂହପୁର ଏସପି ଅଖିଳେଶର ସିଂ ଦେଖିବାକୁ ବାକି ରହିଲା। ଘଟଣା ସମ୍ପର୍କରେରେ ନିଶାଗ୍ରସ୍ତ ଥାନା ଅଧିକାରୀ ଅଜୟକୁମାର ମୁଦୁଲିଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ଲୋଡ଼ାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।