ଜଗତସିଂହପୁର ପୋୖର ପରିଷଦ ଓ ବ୍ଳକ ଅଂଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

28

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ଜଗତସିଂହପୁର ପୌରପରିସଦ ଓ ବ୍ଳକ ଅଂଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭ ଉଦ୍ଘାଟନ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ,ସମ୍ମାନୀତ ଅତିଥିଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗ ଦେଇ 11ଗୋଟି ପ୍ରକଳ୍ପ ମଧ୍ୟରୁ6ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ 5 ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ଉନ୍ନୟନ କାର୍ଯ୍ୟ ମଧ୍ୟରେ ପୋୖରାଞ୍ଚଳର ବଙ୍ଗଳା ଛକ ଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟଳୟ ପର୍ଯ୍ୟନ୍ତ ଚଲାପଥ ସୌନ୍ଦର୍ଯ୍ୟ କରଣ,ହସ୍ତତନ୍ତ ଓ ହସ୍ତଶିଳ୍ପ ଅଳକା ସେଲ କାଉଣ୍ଟର, ପ୍ରାଣୀ ଚିକିତ୍ସା ପରିସରରେ ତାଲିମକେନ୍ଦ୍ର,ହାଟ ପୋଲ ଠାରୁ ଅନୁକୂଳ ଆଶ୍ରମ ପର୍ଯ୍ୟନ୍ତ ମାଛଗାଁ କେନାଲ ରାସ୍ତା ପ୍ରସସ୍ତିକରଣ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ ସହିତ ଭେଣ୍ଡିଂ ଯୋନ,ଇ ଟାଇପ ଷ୍ଟାପ କ୍ବାଟର, ମିଶନ ଶକ୍ତି ଗୃହ ଇତ୍ୟାଦି କାର୍ଯ୍ୟର ଭିତି ପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ ସରୋଜ କାନ୍ତ ମହାନ୍ତି,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ପୋୖରାନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ,ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବୀରକିଶୋର ପରିଡା,ନିର୍ବାହି ଯନ୍ତ୍ରୀ ନିମାଇଁ ଚରଣ ଦାସ,ନିର୍ବାହି ଯନ୍ତ୍ରୀ ପ୍ରତାପକୁମାର ଶତପଥି, କୃଷିଅଧିକାରୀ ରାଜକିଶୋର ଦାସ, ପୋୖର ମେଡ଼ିକାଲ ଅଫିସର ଡକ୍ଟର ସରୋଜ କୁମାର ଷଡଙ୍ଗୀ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର ଯୋଗଦେଇଥିଲେ।ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଜିଲା ବିଜୁ ଜନତା ଦଳର ଜିଲା ବିଜେଡ଼ି ଉପସଭାପତି ଦିପ୍ତୀ ଦାସ, ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ, ବିଜେଡି ନଗରସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଳକ ବିଜେଡି ସଭାପତି ମନୋଜ ଭୋଇ, ସାଂସଦ ଙ୍କ ପ୍ରତିନିଧି କାଳନ୍ଦୀ ପତି, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୂ,ଜିଲା ଯୁବବିଜେଡି ସାଧାରଣ ସମ୍ପାଦକ ବିରେନ୍ଦ୍ର ବିଶ୍ଵାଳ, ସମ୍ପାଦକ ଵିଜୟ ରାଉତ,ପ୍ରମୋଦ ରାଉତ,ଜିଲ୍ଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରା,ଯୁବ ବ୍ଳକ ବିଜେଡ଼ି ସଭାପତି ସମ୍ବିତ ମହାନ୍ତି, ଛାତ୍ର ବିଜେଡି ଜିଲା ସଭାପତି ଇଞ୍ଜିନିୟର ସମିତ ଲେଙ୍କା ,ନଗର ଆଇଟି ସଂଯୋଜକ ସୌଭାଗ୍ୟ ମହାନ୍ତିପ୍ରମୂଖ ଯୋଗଦେଇ ଥିଲେ।ଏହି ସ୍ୱାଧୀନତା ଦିବସ ଅବସରରେ ପୋୖର ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ବେଚ୍ଛା କୃତ ରକ୍ତଦାନ ଶିବିରକୁ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More