ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ପାରୁଲ ପଟାୱରୀ ଅଧ୍ୟକ୍ଷତା କରି କହିଥିଲେ କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟସରକାର ଙ୍କ ଧାର୍ଯ୍ୟ ନିୟମାବଳୀ ଅନୁପାଳନ ପୁର୍ବକ ସୀମିତ ସଂଖ୍ୟଙ୍କ ଅଧିକାରୀ, ଅତିଥି, କର୍ମଚାରୀ ଙ୍କୁ ନେଇ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ପାଳନ କରାଯିବ।ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଚଳିତ ବର୍ଷ ପ୍ୟାରେଡ଼ ହେବ ନାହିଁ।କେବଳ ପୋଲିସ ବାହିନୀ ତରଫରୁ ଅଭିବାଦନ ଗ୍ରହଣ କରାଯିବ।ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କୁ ବାରଣ କରାଯାଇଛି। ଅଗଷ୍ଟ୧୫ତାରିଖ ପ୍ରତ୍ୟୁଷ 4ଘଣ୍ଟା30 ମିନିଟ ସମୟରେ ଜଗତସିଂହପୁର ସହରରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ ପରିବେଷଣ କରାଯିବ।ପୂର୍ବାହ୍ନ7ଘଣ୍ଟା30ମିନିଟ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ବିଭିନ୍ନ ପ୍ରତିଯୋଗିତାର ପ୍ରତି ଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହି ବୈଠକରେ ଜିଲାପରିସଦ ସଭାପତି ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଚିନ୍ମୟୀ ବିଶ୍ୱାଳ, କାର୍ଯ୍ୟ ନିର୍ବାହି ଅଧିକାରୀ ଜିଲାପରିସଦ ରୁଦ୍ର ନାରାୟଣ ଦାଶ, ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଡ଼ିଏସପି ରଜନୀ କାନ୍ତ ସାମଲ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଦୁର୍ଯ୍ୟୋଧନ ବେହେରା, ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡକ୍ଟର କ୍ଷେତ୍ରବାସୀ ଦାସ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ,ଜିଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା,ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା, କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ, ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ପୋୖରାନିର୍ବାହୀ ଅଧିକାରୀ ଡକ୍ଟର ଅଶୋକ କୁମାର କର୍ଣ୍ଣ,ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ପ୍ରଦୀପ କୁମାର ବଳ ପ୍ରମୂଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସ୍ୱାଗତ ସୂଚନା ପ୍ରଦାନ ସହ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।